ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ବୈତରଣୀ ନଦୀ ମୁହାଣରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ିଯାଇଥିଲା। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ନିକଟସ୍ଥ ବୈତରଣୀ ନଦୀରେ ଏକ ମାଛ ଧରା ଟ୍ରଲର ବୁଡ଼ିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୨ ମତ୍ସ୍ୟଜୀବୀ। ସୂଚନା ଅନୁଯାଇ ପଶ୍ଚିମବଙ୍ଗ ଦିଘାର ଏକ ଟ୍ରଲର ଧାମରା ମୁହାଣରେ ମାଛ ଧରି ଧାମରା ଜେଟିରେ ଲଙ୍ଗର କରି ରହିଥିଲା।
ଏହି ଟ୍ରଲରର ୨ ଚାଳକ ଧାମରା ବଜାରକୁ ଯାଇଥିବା ସମୟରେ ଉପସ୍ଥିତ ଥିବା ଅନ୍ୟ ଷ୍ଟାଫ୍ ଟ୍ରଲରକୁ ଷ୍ଟାର୍ଟ କରି ନେଇଥିଲେ। ସମ୍ପୃକ୍ତ ଷ୍ଟାଫ ଏହି ଟ୍ରଲର ଚାଳନା ଜାଣି ନଥିବା ବେଳେ ସେହି ଟ୍ରଲରର ଗୋଟିଏ ସ୍ଥାନରେ ମାଡ଼ ହୋଇଥିଲା। ମାଡ଼ ହୋଇଥିବା ସ୍ଥାନରୁ କାଠ ପଟା ବାହାରିଯିବାରୁ ସେହି ବାଟ ଦେଇ ଟ୍ରଲର ମଧ୍ୟକୁ ପାଣି ପଶି ଯାଇଥିଲା ଫଳରେ ଟ୍ରଲରଟି ପାଣି ମଧ୍ୟରେ ସମ୍ପୂର୍ଣ୍ଣ ବୁଡି ଯାଇଥିଲା। ଖବର ପାଇ ମେରାଇନ ପୁଲିସ ଘଟଣା ସ୍ଥଳରେ ପହଂଚି ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଟ୍ରଲରକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନଦୀରେ ଜୁଆର ଅଧିକ ଥିବାରୁ ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/sqOVETjtazxNgh0jmgBn.jpg)