ଭଦ୍ରକ: ଗାଁ ପୋଖରୀରେ ବିଷ। ଦୁଇ ଦୁଇଟି ପୋଖରୀରେ ବିଷ ପକାଇଲେ ଲିଜଧାରୀ। ପୋଖରୀରେ ଭାସୁଛି ହଜାର ହଜାର ମାଛ। ଦୁର୍ଗନ୍ଧରେ ଫାଟିପଡୁଛି ଗାଁ ଦାଣ୍ଡ। ପୁଲିସ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଯାହାକୁ ନେଇ ଗାଁରେ ଅସନ୍ତୋଷ ବଢିବାରେ ଲାଗିଛି। ଘଟଣା ଘଟିଛି ଭଦ୍ରକ ବ୍ଲକ ଜଗଦଳପୁର ପଞ୍ଚାୟତରେ।

Advertisment

ଜଗଦଳପୁର ଗୋପାଳି ଗ୍ରାମରେ ଥିବା ଦୁଇଟି ପଞ୍ଚାୟତ ପୋଖରୀରେ ହଜାର ହଜାର ସଂଖ୍ୟାରେ ମାଛ ମାରି ଭାସୁଛନ୍ତି।  ରାତିରେ ପୋଖରୀ ଲିଜଧାରୀ ପୋଖରୀରେ ବିଷ ପକାଇଥିବା ଅଭିଯୋଗ ହୋଇଛି। ମାଛ ମରି ପଚିଯିବା ଫଳରେ ଗାଁ ଗଣ୍ଡା ଗଂଧରେ ଫାଟି ପଡୁଛି। ଗାଁର ପ୍ରାୟ ଶହେରୁ ଉର୍ଦ୍ଧ୍ୱ ପରିବାର ଏହି ଦୁଇଟି ପୋଖରୀ ଉପରେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ବ୍ୟବହାର କରନ୍ତି। ଗାଁର ଗୋରୁ ଗାଇ ଛେଳିଙ୍କ ପାଇଁ ଏହି ପୋଖରୀ ପାଣି ମୁଖ୍ୟ ପାନୀୟ ଉତ୍ସ। ଏତେ ସବୁ ପରେ ଜାଣିଶୁଣି ପୋଖରୀକୁ ବିଷାକ୍ତ କରିବାକୁ ଲିଜଧାରୀ କିପରି ବିଷ ପକାଇଲେ ବୋଲି ପ୍ରଶ୍ନ କରିଛନ୍ତି। ପଞ୍ଚାୟତର ଚୁକ୍ତି ଅନୁଯାୟୀ କେହି ବ୍ୟକ୍ତି ପୋଖରୀରେ ବିଷ ପକାଇ ପାରିବେ ନାହିଁ। କିନ୍ତୁ ଚୁକ୍ତିକୁ ବେଖାତିର କରି ଲିଜାଧାରୀ ପୋଖରୀରେ ବିଷ ପକାଇଥିବା ଗ୍ରାମବାସୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ଏଥି ନେଇ ପୁଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜଗଦଳପୁର ଗୋପାଳି ଗ୍ରାମରେ ଥିବା ଦୁଇଟି ପଞ୍ଚାୟତ ପୋଖରୀରେ ହଜାର ହଜାର ସଂଖ୍ୟାରେ ମାଛ ମାରି ଭାସୁଛନ୍ତି।  ରାତିରେ ପୋଖରୀ ଲିଜଧାରୀ ପୋଖରୀରେ ବିଷ ପକାଇଥିବା ଅଭିଯୋଗ ହୋଇଛି। ମାଛ ମରି ପଚିଯିବା ଫଳରେ ଗାଁ ଗଣ୍ଡା ଗଂଧରେ ଫାଟି ପଡୁଛି। ଗାଁର ପ୍ରାୟ ଶହେରୁ ଉର୍ଦ୍ଧ୍ୱ ପରିବାର ଏହି ଦୁଇଟି ପୋଖରୀ ଉପରେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ବ୍ୟବହାର କରନ୍ତି। ଗାଁର ଗୋରୁ ଗାଇ ଛେଳିଙ୍କ ପାଇଁ ଏହି ପୋଖରୀ ପାଣି ମୁଖ୍ୟ ପାନୀୟ ଉତ୍ସ। ଏତେ ସବୁ ପରେ ଜାଣିଶୁଣି ପୋଖରୀକୁ ବିଷାକ୍ତ କରିବାକୁ ଲିଜଧାରୀ କିପରି ବିଷ ପକାଇଲେ ବୋଲି ପ୍ରଶ୍ନ କରିଛନ୍ତି। ପଞ୍ଚାୟତର ଚୁକ୍ତି ଅନୁଯାୟୀ କେହି ବ୍ୟକ୍ତି ପୋଖରୀରେ ବିଷ ପକାଇ ପାରିବେ ନାହିଁ। କିନ୍ତୁ ଚୁକ୍ତିକୁ ବେଖାତିର କରି ଲିଜାଧାରୀ ପୋଖରୀରେ ବିଷ ପକାଇଥିବା ଗ୍ରାମବାସୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ଏଥି ନେଇ ପୁଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଜିର ଦିନରେ ଯେଉଁଭଳି ଝାଡାଵନ୍ତି ଵ୍ୟାପୀବରେ ଲାଗିଛି ଏପରି ସ୍ଥିତିରେ ପୋଖରୀ ପାଣିକୁ ଦୂଷିତ କରିବାକୁ ଅପଚେଷ୍ଠା କରିଥିବା ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ତୁରନ୍ତ ପୋଖରୀ ପାଣିକୁ ବିଶୁଦ୍ଧ କରିବାକୁ ଦାବୀ ହୋଇଛି। ଅନ୍ୟପଟେ ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମରେ ଲୋକଙ୍କୁ ପୋଖରୀ ଜଳ ବ୍ୟବହାର ନକରିବାକୁ ବ୍ୟାନର ଓ ନାଲି ପତାକା ଲଗା ଯାଇଥିବା କହିଛନ୍ତି ଜଗଦଳପୁର ସରପଞ୍ଚ।