ବସ୍ତା: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବସ୍ତା ମଥାନୀଠାରେ ଜଳକା ନଦୀ ଏବେ ସତର୍କ ସୂଚନା ବନ୍ୟା ପାଣି ପ୍ରବାହିତ ହେଉଛି । ସୂଚନା ଅନୁସାରେ ଗତକାଲିଠାରୁ ବସ୍ତା ଏବଂ ପଡୋଶୀ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା,ଶୁଳିଆପଦା ବ୍ଲକ୍ ରେ ଲଗାଣ ବର୍ଷା ଲାଗିରହିଛି। ଯାହାକୁ ନେଇ ବସ୍ତା: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବସ୍ତା ମଥାନୀଠାରେ ଜଳକା ନଦୀ ଏବେ ସତର୍କ ସୂଚନା ବନ୍ୟା ପାଣି ପ୍ରବାହିତ ହେଉଛି । ସୂଚନା ଅନୁସାରେ ଗତକାଲିଠାରୁ ବସ୍ତା ଏବଂ ପଡୋଶୀ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା,ଶୁଳିଆପଦା ବ୍ଲକ୍ ରେ ଲଗାଣ ବର୍ଷା ଲାଗିରହିଛି। ଯାହାକୁ ନେଇ ଜଳକା ନଦୀରେ ବର୍ତ୍ତମାନ ପରିସ୍ଥିତିରେ ପ୍ରଥମ ବନ୍ୟା ପାଣି ସତର୍କ ସୂଚନା ନିକଟରେ ପ୍ରବାହିତ ହେଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜଳକା ନଦୀରେ ସତର୍କ ସୂଚନା ୬ ମିଟର ଥିବା ବେଳେ ବନ୍ୟା ପାଣି ୫.୮୩ ମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ପରେ ସାମାନ୍ୟ ବର୍ଷା କମିବାରୁ ବନ୍ୟା ପାଣି ହ୍ରାସ ପାଇ ଶନିବାର ସନ୍ଧ୍ୟା ସୁଦ୍ଧା ୪.୬୦ ରେ ପ୍ରବାହିତ ହେଉଥିଲା ବନ୍ୟା ପାଣି। ମାତ୍ର ଗତକାଲି ଦିନ ଏବଂ ରାତି ଯାକ ଉପର ମୁଣ୍ଡ ବାରିପଦା ୨୦୬.୮ ମିମି ସହିତ ବସ୍ତା ଅଞ୍ଚଳରେ ୭୯.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଗତକାଲି ବିଳମ୍ୱିତ ରାତିରୁ ଜଳକା ନଦୀର ଜଳସ୍ତର ବୃଦ୍ଧିଘଟି ଆଜି ସକାଳ ଦଶଟା ସମୟ ବେଳକୁ ସତର୍କ ସୂଚନା ଉର୍ଦ୍ଧ୍ବକୁ ଯାଇ ବିପଦ ସଂକେତ ୬.୫ ନିକଟବର୍ତ୍ତୀ ୬.୩୩ ରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ବସ୍ତା ବ୍ଲକ୍ ମଥାନୀ,ବହାର୍ଦ୍ଦ୍ଦା,କୁଡିଆ, ଦରଡ଼ା,ମୁକୁଲିଶି,ଚକୁରାଇ ସହିତ ସଦର ବ୍ଲକର ରସଲପୁର ଓ ଶ୍ରୀରାମପୁର ପଞ୍ଚାୟତ କ୍ଷତିଗ୍ରସ୍ତ ହେବାକୁ ଆଶଙ୍କା ରହିଛି। ନଦୀ କୂଳିଆ ଲୋକେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ଆତଙ୍କିତ ହୋଇଛନ୍ତି। ଚାଷୀଙ୍କ ଚାଷ କାମ ପାଇଁ ତଳି ପକାଇଥିବା ବେଳେ ଏହି ବନ୍ୟା ପାଣି ରେ ତଳି ନଷ୍ଟ ହେବା ଆଶଙ୍କାରେ ରହିଛନ୍ତି। ପ୍ରଶାସନ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ସଂପୂର୍ଣ୍ଣ ସଜାଗ ଥିବା ବେଳେ ବସ୍ତା ତହସିଲଦାର ସୁଶାନ୍ତ ପଟ୍ଟନାୟକ ଓ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ମହେଶ୍ୱର ସିଂ ବିଭିନ୍ନ ବନ୍ୟା ଅଞ୍ଚଳ ପରିଦର୍ଶନ କରି ସମ୍ଭାବ୍ୟ ସ୍ଥିତି ଉପରେ ସଂପୂର୍ଣ୍ଣ ନଜର ରଖିଥିବା ଦେଖିବାକୁ ମିଳିଛି।ପରେ ସାମାନ୍ୟ ବର୍ଷା କମିବାରୁ ବନ୍ୟା ପାଣି ହ୍ରାସ ପାଇ ଶନିବାର ସନ୍ଧ୍ୟା ସୁଦ୍ଧା ୪.୬୦ ରେ ପ୍ରବାହିତ ହେଉଥିଲା ବନ୍ୟା ପାଣି।

Advertisment

 ମାତ୍ର ଗତକାଲି ଦିନ ଏବଂ ରାତି ଯାକ ଉପର ମୁଣ୍ଡ ବାରିପଦା ୨୦୬.୮ ମିମି ସହିତ ବସ୍ତା ଅଞ୍ଚଳରେ ୭୯.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଗତକାଲି ବିଳମ୍ୱିତ ରାତିରୁ ଜଳକା ନଦୀର ଜଳସ୍ତର ବୃଦ୍ଧିଘଟି ଆଜି ସକାଳ ଦଶଟା ସମୟ ବେଳକୁ ସତର୍କ ସୂଚନା ଉର୍ଦ୍ଧ୍ବକୁ ଯାଇ ବିପଦ ସଂକେତ ୬.୫ ନିକଟବର୍ତ୍ତୀ ୬.୩୩ ରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ବସ୍ତା ବ୍ଲକ୍ ମଥାନୀ,ବହାର୍ଦ୍ଦ୍ଦା,କୁଡିଆ, ଦରଡ଼ା,ମୁକୁଲିଶି,ଚକୁରାଇ ସହିତ ସଦର ବ୍ଲକର ରସଲପୁର ଓ ଶ୍ରୀରାମପୁର ପଞ୍ଚାୟତ କ୍ଷତିଗ୍ରସ୍ତ ହେବାକୁ ଆଶଙ୍କା ରହିଛି। ନଦୀ କୂଳିଆ ଲୋକେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ଆତଙ୍କିତ ହୋଇଛନ୍ତି।

ଚାଷୀଙ୍କ ଚାଷ କାମ ପାଇଁ ତଳି ପକାଇଥିବା ବେଳେ ଏହି ବନ୍ୟା ପାଣି ରେ ତଳି ନଷ୍ଟ ହେବା ଆଶଙ୍କାରେ ରହିଛନ୍ତି। ପ୍ରଶାସନ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ସଂପୂର୍ଣ୍ଣ ସଜାଗ ଥିବା ବେଳେ ବସ୍ତା ତହସିଲଦାର ସୁଶାନ୍ତ ପଟ୍ଟନାୟକ ଓ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ମହେଶ୍ୱର ସିଂ ବିଭିନ୍ନ ବନ୍ୟା ଅଞ୍ଚଳ ପରିଦର୍ଶନ କରି ସମ୍ଭାବ୍ୟ ସ୍ଥିତି ଉପରେ ସଂପୂର୍ଣ୍ଣ ନଜର ରଖିଥିବା ଦେଖିବାକୁ ମିଳିଛି।