ବୈଶିଙ୍ଗା: ବାତ୍ୟା ପରେ ବନ୍ୟା ଆଶଙ୍କା l ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ବେତନଟୀ ବ୍ଲକ ବୁଢ଼ାବଳଙ୍ଗ ନଦୀକୁଳିଆ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ଉଛୁଳୁଛି ବୁଢ଼ାବଳଙ୍ଗ, ଗ୍ରାମାଞ୍ଚଳର ରାସ୍ତା, ସାହି ବସ୍ତି ସମେତ ଏକର ଏକର ଚାଷଜମି ଜଳମଗ୍ନ ହୋଇଛି l ସେମିତି ବୈଶିଙ୍ଗା ମାଣତ୍ରୀ ରାସ୍ତାର ବୁଢ଼ାବଳଙ୍ଗ ନଦୀ କୂଳରେ ଦିନ ତମାମ ଜଗି ବସିଲେ ବିଧାୟକ ସମେତ ସମ୍ପୂର୍ଣ ଜିଲ୍ଲା ପ୍ରଶାସକ l ବାତ୍ୟା ଦାନା ସହିତ ବିଗତ ୨ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାବେଳେ ଗୁରୁବାର ରାତିରୁ ଆଜି ସକାଳୁ ପର୍ଯ୍ୟନ୍ତ ଉପର ମୁଣ୍ଡା ସମେତ ବେତନଟୀ ବ୍ଲକ ଅଞ୍ଚଳରେ ପ୍ରାୟ ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ସ୍ଥାନେ ସ୍ଥାନେ ଭୀଷଣ ବର୍ଷା ହୋଇଯାଇଛି l
ଯୋଉଁଥିପାଇଁ ବେତନଟୀ ବ୍ଲକର ବୁଢ଼ାବଳଙ୍ଗ ନଦୀର ଜଳସ୍ତର ହଟାତ କାଲି ରାତିଠାରୁ ତୀବ୍ର ଗତିରେ ବଢିଚାଲିଥିଲା l ଶନିବାର ସକାଳୁ ଏମିତିକି ନାଖାରା ନିକଟରେ ମାଣତ୍ରୀ-ବୈଶିଙ୍ଗାର ବୁଢ଼ାବଳଙ୍ଗ ନଦୀ ଉପରେ ଥିବା ପୋଲ ୩ଫୁଟ ତଳେ ପାଣି ଥିବାବେଳେ ଦେଖୁଦେଖୁ ମଧ୍ୟାହ୍ନ ବେଳକୁ ପୋଲ ଉପର ବାଡାରେ ପାଣି ପିଟି ହୋଇଥିଲା l
ସେହିପରି ଉକ୍ତ ନଦୀ ସଂଲଗ୍ନ ବିଭିନ୍ନ ତଳିଆ ଅଞ୍ଚଳ ଆଜି ସକାଳ ଠାରୁ ଜଳମଗ୍ନ ହେବାରେ ଲାଗିଛି l ତେବେ ଉପରମୁଣ୍ଡାରେ ମାତ୍ରାଧିକ ବର୍ଷା ପ୍ରଭାବରେ ଏହି ବ୍ଲକ ଅଞ୍ଚଳ ଦେଇ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି l ଏବେ ଜଳସ୍ତର ଆସ୍ତେ ଆସ୍ତେ ଉପରକୁ ଉଠୁଥିବାରୁ ବିଳମ୍ବିତ ରାତିରେ ବନ୍ୟା ସ୍ଥିତି ଭୟଙ୍କର ହୋଇ ପାରେ ବୋଲି ନଦୀକୁଳିଆ ଗ୍ରାମବାସୀ ଆକଳନ କରିଛନ୍ତି l
ଶନିବାର ସକାଳ ଠାରୁ ଦୁର୍ବଳ ନାଖାରା ପୋଲ ଉପରେ ଯାତାୟତ ବାଧାପ୍ରାପ୍ତ
ଆସନ୍ନ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଆଜି ଭୋର ସକାଳୁ ଜିଲ୍ଲାପାଳ ହେମକାନ୍ତ ସାଏ ନାଖାରା ପୋଲ ଉପରେ ସ୍ଥିତି ଅନୁଧ୍ୟାନ କରି ଫେରିଯିବା ପରେ ପରେ ବଡ଼ସାହି ତହସିଲଦାର, ବେତନଟୀ ଏସଡିପିଓ ସୁଦର୍ଶନ ଦାଶ ଓ ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ପୁଲିସ ବାହିନୀ ସହିତ ସେଠାରେ ଜଗି ରହି ଦୁର୍ବଳ ହୋଇଯାଇଥିବା ନାଖାରା ପୋଲ ଉପରେ ଭାରୀ ଯାନ ସମେତ ଯାତ୍ରୀବାହୀ ଗାଡି ଚଳାଚଳ ଉପରେ ରୋକ ଲଗାଇଥିଲେ l ସେତେବେଳେ ପୋଲ ୩ଫୁଟ ତଳେ ବନ୍ୟା ପାଣି ପ୍ରବାହିତ ହୋଉଥିଲା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/10/26/sSBMJrIvdDxluVtMUofr.jpeg)