ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ସନ୍ଧ୍ୟାରେ ଅଚାନକ କଟକ ଗସ୍ତ କରିଛନ୍ତି । ସେଠାରେ ମାଲଗୋଦାମସ୍ଥିତ ବିଭିନ୍ନ ଗୋଦାମ ଏବଂ ଛତ୍ରବଜାର ଆଳୁ ଗୋଦାମରେ ଚଢ଼ାଉ କରି ଗଚ୍ଛିତ ସାମଗ୍ରୀର ସ୍ଥିତି ଯାଞ୍ଚ କରିଛନ୍ତି । ଏଠାରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ରହିଛି ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।
ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି ନକରି ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସହଯୋଗ କରିବାକୁ ଗୋଦାମ ମାଲିକ ଓ ବ୍ୟବସାୟୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ପରମର୍ଶ ଦେଇଛନ୍ତି । ଏଥିସହ ଗୋଦାମ ଓ ଦୋକାନରେ ସାମଗ୍ରୀର ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାର ଖିଲାପ କରିଥିବା ୫ଟି ଗୋଦାମକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ନୋଟିସ ଜାରି ହୋଇଛି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ସହ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ବିଭାଗୀୟ ଅଧିକାରୀମାନେ ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ମନ୍ତ୍ରୀଙ୍କ ଆଜିର ଗସ୍ତ ସମୟରେ ଯୋଗାଣ ଅଧିକାରୀମାନେ ସାମିଲ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/10/24/ElfjqKYp1CsSD2e1Bl7S.jpg)
