ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ପୁରୁଷୋତ୍ତମପୁର ଜଙ୍ଗଲରେ ଏକ ଅସୁସ୍ଥ ମାଖନ ହାତୀ ୪/୫ ଦିନ ହେଲାଣି ଘୁରି ବୁଲୁଥିବା ଜଣାପଡିଛି। ହାତୀଟିର ଆଗ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଠିକ୍ ଭାବେ ଚଳପ୍ରଚଳ କରିପାରୁନାହିଁ। ବନ ବିଭାଗ ହାତୀର ଚିକିତ୍ସା କରିଛି।
ଏହା ଏକ ମାଖନ ହାତୀ। ଅନ୍ୟ ଦନ୍ତାହାତୀ ଆକ୍ରମଣରେ ତା'ର ଗୋଡରେ ଜଖମ ହେବାରୁ ଠିକ୍ ଭାବେ ଚଳପ୍ରଚଳ କରି ପାରୁନଥିଲା। ଗତକାଲି ଠାରୁ ଚିକିତ୍ସାକାରୀ ଦଳ ଚିକିତ୍ସା କରିଛନ୍ତି। ହାତୀଟି ସୁସ୍ଥ ହୋଇଯିବ,ତା'ଦେହରେ କୌଣସି ଗୁଳି ବାଜି ନାହିଁ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚଡି ପ୍ରକାଶ କରିଛନ୍ତି।