ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ା ପଞ୍ଚ।ୟତ ଜାମଗାଁ ଝାଙ୍କରପଡ଼ାରେ ବିଦ୍ୟୁତ ସଂଯୋଗ କାମକୁ ବନ୍ୟପ୍ରାଣୀ ବିଭାଗ ବନ୍ଦ କରିଛି । ଏହାର ପ୍ରତିବାଦରେ ଗାଁ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଲିଖତ ଅଭିଯୋଗ କରିଛନ୍ତି। ଜାମଗାଁ ଝାଙ୍ଗରପଡ଼ାରେ ୨୪ଟି ପରିବାରରେ ୨୦୫ ଲୋକେ ବସବାସ କରୁଛନ୍ତି । ଆଦିମ କାଳରୁ ବସତି ସ୍ଥାପନ ହୋଇଥିଲେ ବି ଗାଁକୁ ଏଯାଏଁ ବିଜୁଳି ସଂଯୋଗ ହୋଇନାହିଁ । ଗତବର୍ଷ ଜାମଗାଁ ସ୍କୁଲପଡ଼ାରୁ ଝାଙ୍ଗରପଡ଼ାକୁ ବିଦ୍ୟୁତ ସଂଯୋଗ ପାଇଁ ରାଜ୍ୟ ସରକାର ଅନୁଦାନ ମଂଜୁର କରିଥିଲେ । କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ବିଲସ ହୋଇଥିଲା । 

Advertisment

ଜାମଗାଁ ଝାଙ୍ଗରପଡ଼ାରେ ୨୪ଟି ପରିବାରରେ ୨୦୫ ଲୋକେ ବସବାସ କରୁଛନ୍ତି । ଆଦିମ କାଳରୁ ବସତି ସ୍ଥାପନ ହୋଇଥିଲେ ବି ଗାଁକୁ ଏଯାଏଁ ବିଜୁଳି ସଂଯୋଗ ହୋଇନାହିଁ। ଗତବର୍ଷ ଜାମଗାଁ ସ୍କୁଲପଡ଼ାରୁ ଝାଙ୍ଗରପଡ଼ାକୁ ବିଦ୍ୟୁତ ସଂଯୋଗ ପାଇଁ ରାଜ୍ୟ ସରକାର ଅନୁଦାନ ମଂଜୁର କରିଥିଲେ । କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ବିଲସ ହୋଇଥିଲା । ଗତକିଛି ଦିନ ପୂର୍ବେ ଟେଣ୍ଡର ସରିବାରୁ ସମ୍ପୃକ୍ତ ଠିକାଦାର ବିଦ୍ୟୁତ ସଂଯୋଗ କାମ ଆରମ୍ଭ କରିଥିଲେ । ଏଥିରେ ବିଦ୍ୟୁତ ଖୁ ପୋତିବା କାମ ପ୍ରାୟ ସରିଯାଇଛି। ହୋଇ  ଏମିତିକି ଆଉ ଗୋଟିଏ ବିଦ୍ୟୁତ ଖୁଣ୍ଟ ପୋତାହେବାକୁ ରହିଥିଲା । ଏହାପରେ ବିଦ୍ୟୁତ ତାର ଟାଣି ବିଜୁଳି ସଂଯୋଗ ହେବାକୁ ଥିଲା । ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ଏସିଏଫ ସଂଜୀବ ବନଗୋଲାଙ୍ଗ ନେତୃତ୍ବରେ ବନ୍ୟାପ୍ରାଣୀ ବିଭାଗ କର୍ମଚାରୀ ଗାଁରେ କାମକୁ ବନ୍ଦ କରିବା ସହ ସମ୍ପୃକ୍ତ ଠିଜାଦାରଙ୍କୁ ଗାଳିଗୁଲଜ ଦେବାରୁ କାମ ଛାଡ଼ି ଫେରାର ହୋଇଥିଲା।

ଗତକିଛି ଦିନ ପୂର୍ବେ ଟେଣ୍ଡର ସରିବାରୁ ସମ୍ପୃକ୍ତ ଠିକାଦାର ବିଦ୍ୟୁତ ସଂଯୋଗ କାମ ଆରମ୍ଭ କରିଥିଲେ । ଏଥିରେ ବିଦ୍ୟୁତ ଖୁ ପୋତିବା କାମ ପ୍ରାୟ ସରିଯାଇଛି। ହୋଇ  ଏମିତିକି ଆଉ ଗୋଟିଏ ବିଦ୍ୟୁତ ଖୁଣ୍ଟ ପୋତାହେବାକୁ ରହିଥିଲା । ଏହାପରେ ବିଦ୍ୟୁତ ତାର ଟାଣି ବିଜୁଳି ସଂଯୋଗ ହେବାକୁ ଥିଲା । ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ଏସିଏଫ ସଂଜୀବ ବନଗୋଲାଙ୍ଗ ନେତୃତ୍ବରେ ବନ୍ୟାପ୍ରାଣୀ ବିଭାଗ କର୍ମଚାରୀ ଗାଁରେ କାମକୁ ବନ୍ଦ କରିବା ସହ ସମ୍ପୃକ୍ତ ଠିଜାଦାରଙ୍କୁ ଗାଳିଗୁଲଜ ଦେବାରୁ କାମ ଛାଡ଼ି ଫେରାର ହୋଇଥିଲା।

ଗତକାଲି ମଧ୍ୟାହ୍ନରେ ବିଜେଡି ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଂଜନ ଯୋଶୀ ଓ ସୁନାବେଡ଼ା ପୂର୍ବତନ ସରପଞ୍ଚ ତିଲସିଂ ଝାଙ୍କରଙ୍କ ନେତୃତ୍ବରେ ଗାଁ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେଠି ଜିଲ୍ଲାପାଳ ଶ୍ରୀ ଦାଶ ତୁରନ୍ତ ବନ୍ୟପ୍ରାଣୀ ଡିଏଫଓ ମହାଦେବ ବଡ଼ାଇକଙ୍କୁ ଫୋନ ଯୋଗେ ବିଦ୍ୟୁତ ସଂଯୋଗ କାମ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ଆମ ହକ୍ ଓ ଅଧିକାର ପାଇଁ ବନ୍ୟପ୍ରାଣୀ ବିଭାଗକୁ କଡ଼ା ଜବାବ ଦେବୁ ବୋଲି ସନ୍ତରାମ ଝାଙ୍କର, ଶୁକ୍ଳସିଂ ଧରୁଆ, ଲୋଚନ ମାଝି, ହେମରାଜ ଝାଙ୍କର, ଡମରସିଂ ଝାଙ୍କର, ମୀରାବାଈ ଝାଙ୍କର, ସାନ ମାଝି, ଭଜନ୍ତୀ ଧରୁଆ, ଜେମା ଧରୁଆ, ଖୁଦିରାମ ଝାଙ୍କର, କବିତା ଝାଙ୍କର ପ୍ରମୁଖ ଆଦିବାସୀ ପୁରୁଷ ଓ ମହିଳା ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।