ନିଜ ସ୍ବାମୀ ଓ ୪ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଲେ ମାଆ

ଫଟିହାର: କୁହାଯାଏ ପ୍ରେମ ବଡ଼ ଜିଦିଆ ଜିନିଷ। ନା ତାହାକୁ ଜଳାଯାଇ ପାରିବ ନା ତାହାକୁ ଲିଭାଯାଇ ପାରିବ। ଥରେ ପ୍ରେମ ହୋଇଗଲେ ତାହାକୁ ଛଡ଼ାଇବା ଭାରି କଷ୍ଟ।

ବିହାରର ଫଟିହାର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମାଆ ପ୍ରେମରେ ଅନ୍ଧ ହୋଇ ନିଜ ପିଲାଙ୍କୁ ପଛ କରି ନିଜ ପ୍ରେମିକ ସହ ପଳାଇବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏପରିକି ସେ ଯିବା ପରେ ତାଙ୍କ ପିଲାମାନଙ୍କର କ’ଣ ହେବ ସେ ଥରୁଟିଏ ବି ଚିନ୍ତା କରିନଥିଲେ।

ଅନ୍ୟପକ୍ଷରେ, ଏହି ଘଟଣାରେ ବିଚରା ସ୍ବାମୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଏପରିସ୍ଥିତିରେ ନିଜ ପିଲାମାନଙ୍କ ଯତ୍ନ ନେବେ ନା ହଜିଥିବା ପତ୍ନୀଙ୍କୁ ଖୋଜିବେ ତାହା ଜାଣିପାରୁନାହାନ୍ତି।

ଏହି ମାମଲା ଆଜମନଗର ପୁଲିସ ଷ୍ଟେସନ ଅଞ୍ଚଳର। ଏହି ଘଟଣା ଘଟିବା ପରେ ବିଚରା ପିଲାମାନେ ମନ ଦୁଃଖ କରି ‘ଆମ ମାଆ କାହା ସହ ପଳାଇଛି’ ବୋଲି କହିଛନ୍ତି।

ପ୍ରେମିକ ସହ ପଳାଇଥିବା ମହିଳା ଜଣକ ମୁସଲମାନ ରୀତିନୀତି ଅନୁଯାୟୀ ତାଙ୍କ ସ୍ବାମୀଙ୍କୁ ବିବାହ କରିଥିଲେ। ବିବାହ ପରେ ରୁବେନା ଏବଂ ସ୍ବାମୀ ରେଜାଲଙ୍କ ଜୀବନ ବେଶ୍‌ ଖସଖୁସିରେ ଚାଲିଥିଲା। ସେମାନଙ୍କ ବିବାହକୁ ୮ ବର୍ଷ ବିତି ଯାଇଥିବା ବେଳେ ପତ୍ନୀ ଏପରି କରିଛନ୍ତି। ସେମାନଙ୍କର ୨ ପୁଅ ଓ ୨ ଝିଅ ଅଛନ୍ତି। ସ୍ୱାମୀ ରିଜାଲ ଅର୍ଥ ଉପାର୍ଜନ କରିବାକୁ କୋଲକାତା ଯାଇଥିବା ବେଳେ ପତ୍ନୀ ତାଙ୍କୁ ପଛରେ ଧୋକା ଦେଉଥିଲେ।

ସମ୍ବନ୍ଧିତ ଖବର