ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ କଣ୍ଟ୍ରାକ୍ଟ ମୋବାଇଲ୍ ଫୋନ୍ ନିର୍ମାତା ଫକ୍ସକନ୍ ତାମିଲନାଡୁରେ ୧୫୦୦୦ କୋଟିର ନୂତନ ନିବେଶ ରିପୋର୍ଟକୁ ଅସ୍ୱୀକାର କରିବା ପରେ ଏହି ପ୍ରସଙ୍ଗ ଆଲୋଚନାର ବିଷୟ ପାଲଟିଛି। ତାମିଲନାଡୁ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ଦାବି କରିଥିଲେ ଯେ ଏହି ନିବେଶ ୧୪୦୦୦ ଜଣଙ୍କୁ ନିଯୁକ୍ତି ଦେବ, ଯେତେବେଳେ ଫକ୍ସକନ୍ ଏହାକୁ ଅସ୍ୱୀକାର କରିଛି।
ମନ୍ତ୍ରୀ ରାଜା ସୋମବାର ସ୍ପଷ୍ଟ କରିଛନ୍ତି ଯେ ଫକ୍ସକନ୍ ସହିତ ଏକ ବର୍ଷରୁ ଅଧିକ ସମୟ ଧରି ଆଲୋଚନା ପରେ ନିବେଶ ଚୂଡ଼ାନ୍ତ ହୋଇଛି। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ତାମିଲନାଡୁରେ ମୂଲ୍ୟଯୁକ୍ତ ଉତ୍ପାଦନ, ଗବେଷଣା ଏବଂ ବିକାଶ (R&D), ଏବଂ ଏଆଇ ଆଧାରିତ ଉନ୍ନତ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟ ଆଣିବ। ତଥାପି, ଫକ୍ସକନ୍ ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ଏହାକୁ ଏକ ନୂତନ ନିବେଶ ବୋଲି ବିବେଚନା କରେ ନାହିଁ, କାରଣ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ଉଲ୍ଲେଖ ଥାଉ କି ନିବେଶ ନେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଏବଂ ଶିଳ୍ପ ମନ୍ତ୍ରୀ ରାଜା ସୋସିଆଲ ମିଡିଆରେ ଏହି କଥିତ ନିବେଶକୁ ତାମିଲନାଡୁ ପାଇଁ ଏକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଥିଲେ।
ଷ୍ଟାଲିନ୍ ଏହାକୁ "ଦ୍ରାବିଡ଼ ମଡେଲ୍" ର ଏକ ଅଂଶ ଭାବରେ ବର୍ଣ୍ଣନା କରିଥିଲେ ଓ ଲେଖିଥିଲେ ଯେ, ଏହା ତାମିଲନାଡୁକୁ ଦକ୍ଷିଣ ଏସିଆର ଉତ୍ପାଦନ ଏବଂ ନବସୃଜନ କେନ୍ଦ୍ର କରିବ। ତେବେ ଫକ୍ସକନ୍ ର ଅସ୍ୱୀକାର ପରେ ବିଜେପି ମୁଖପାତ୍ର ନାରାୟଣନ୍ ତିରୁପତି ଏହାକୁ "ଦ୍ରାବିଡ଼ ମିଛ ଏବଂ ତାମିଲନାଡୁ ପାଇଁ ଲଜ୍ଜା" ବୋଲି କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/10/15/g3hpon6akaayoyb-2025-10-15-13-12-02.jpg)