ନୂଆଦିଲ୍ଲୀ: ସାଙ୍ଗକୁ ଜଣେ ଯୁବକ ୪୦ ମିନିଟରେ ୧୦୦ରୁ ଅଧିକ ଥର ଛୁରୀରେ ଆଘାତ କରିଥିବା ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ଏହି ଯୁବକ ଜଣକ ତାର ସାଙ୍ଗକୁ ଛୁରୀରେ ଆକ୍ରମଣ କରିବା ସହିତ ତାର ଗୁପ୍ତାଙ୍ଗକୁ କାଟି ଦେବା ସହିତ ଆଖି ତାଡ଼ି ନିର୍ମମ ଭାବେ ହତ୍ୟା କରିଥିଲା। ଏଭଳି ଏକ ଲୋମଟାଙ୍କୁରା ଘଟଣା ଇଂଲଣ୍ଡରେ ଘଟିଛି।
ସୂଚନାଯୋଗ୍ୟ, ୨୦ବର୍ଷର ଲୁଇସ ଏସଡାଉନ ୧୮ବର୍ଷର ମାର୍କ ବିଲିୟମ୍ସଙ୍କୁ ମଦ ପିଇବାକୁ ଡାକି ଜଙ୍ଗଲକୁ ନେଇ ଯାଇଥିଲା। ଯେତେବେଳେ ମାର୍କ ମଦ ନିଶାରେ ଜଙ୍ଗଲରେ ଶୋଇ ପଡ଼ିଥିଲେ ଏସଡାଉନ ତାଙ୍କ ଉପରେ ଆକ୍ରମଣ କରିଥିଲା। ପାଖାପାଖି ୪୦ ମିନିଟ ଧରି ସାଙ୍ଗକୁ ୧୦୭ଥର ଛୁରୀରେ ଆକ୍ରମଣ କରିବା ସହିତ ଆଖି ତାଡ଼ି ଗୁପ୍ତାଙ୍ଗ କାଟି ଦେଇଥିଲା।
କେବଳ ଏତିକି ନୁହେଁ ଏହି ଘଟଣାର ଏସଡାଉନ ନିଜ ଫୋନରେ ସାତଟି ଭିଡିଓ ରେକର୍ଡ କରିଥିଲା। ଗୋଟିଏ ଭିଡିଓରେ ସେ ତାର ସାଙ୍ଗ ମୁଣ୍ଡକୁ ଫୁଟବଲ ଭଳି ଲାତ ମାରି ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାରେ ହତ୍ୟାକାରୀ ସାଙ୍ଗକୁ ଗିରଫ କରି ନେଇଛି ପୁଲିସ। ମାର୍କ ବିଲିୟମ୍ସ ଓ ଏସଡାଉନ ଗତ ୬ମାସ ହେବ ଅନଲାଇନ ଜରିଆରେ ସାଙ୍ଗ ହୋଇଥିଲେ। ଏସଡାଉନ ନିଜ ଦୋଷ ସ୍ବୀକାର କରିବା ସହିତ ମାର୍କ ତାକୁ ସବୁବେଳେ ବିରକ୍ତ କରୁଥିବାରୁ ସେ ଏଭଳି କାଣ୍ଡ ଘଟାଇବାକୁ ବାଧ୍ୟ ହୋଇଥିଲା ବୋଲି ପୁଲିସ ସାମ୍ନାରେ କହିଛି ଏସଡାଉନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/resize-1635497740226499443murderknifecrimestabgeneric6501_202110712916.jpg)