କରୋନା ଭାଇରସ ସଂକ୍ରମିତ ସଂଖ୍ୟା : ଗୋଟିଏ ମାସରେ ୧ ଲକ୍ଷରୁ ୧୦ ଲକ୍ଷ

ନୂଆଦିଲ୍ଲୀ : କରୋନା ଭାଇରସ ସମଗ୍ର ମାନବଜାତି ପାଇଁ ଏକ ଅଭୁତପୂର୍ବ ମାନବୀୟ ସଂକଟ ଆଣିଦେଇଛି । ୨ୟ ବିଶ୍ୱଯୁଦ୍ଧ ପରଠାରୁ ମାନବଜାତି କେବେ ମଧ୍ୟ ଏପରି ଗଭୀର ସଂକଟର ସାମନା କରିନଥିଲା । ଗତ କିଛି ଦିନ ମଧ୍ୟରେ ଏହି ଭାଇରସ ଏପରି ଦ୍ରୁତ ଗତିରେ ମାଡ଼ିଚାଲିଛି ଯେ ତାହା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି ।

ଚୀନର ଉହାନ ସହରରୁ ପ୍ରାୟ ତିନିମାସ ତଳେ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ପ୍ରଥମେ ଚୀନରେ ସୀମିତ ହୋଇରହିଥିଲା । ୧ ଲକ୍ଷ ସଂକ୍ରମିତ ସଂଖ୍ୟା ଛୁଇଁବାକୁ ଏହାକୁ ପ୍ରାୟ ୩ ମାସ ସମୟ ଲାଗିଯାଇଥିଲା । ଗତ ମାର୍ଚ୍ଚ ୬ ତାରିଖରେ ହିଁ ବିଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଛୁଇଁଥିଲା । କିନ୍ତୁ ଏପ୍ରିଲ ୩ ତାରିଖରେ ଏହା ୧୦ ଲକ୍ଷ ଟପିଯାଇଛି । ଅର୍ଥାତ ୧ ଲକ୍ଷରୁ ୧୦ ଲକ୍ଷ ହେବା ପାଇଁ ଏହାକୁ ମାସକରୁ ମଧ୍ୟ କମ ସମୟ ଲାଗିଛି । ଅନ୍ୟପ୍ରକାରେ କହିଲେ ପ୍ରାୟ ୧୨ ସପ୍ତାହରେ ଏହା ୧ ଲକ୍ଷ ଟପିଥିବାବେଳେ ମାତ୍ର ୪ ସପ୍ତାହରେ ତାହା ୧୦ ଲକ୍ଷ ଛୁଇଁଛି । କରୋନା ଭାଇରସର ଏପରି ଦ୍ରୁତ ପ୍ରସାରକୁ ନେଇ ବିଶ୍ୱର ବୈଜ୍ଞାନିକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଆହୁରି ଚିନ୍ତାଜନକ ବିଷୟ ହେଉଛି ଏହାକୁ ଆଗକୁ ଆହୁରି ଦ୍ରୁତ ଗତିରେ ବଢିବାର ଆଶଙ୍କା ବ୍ୟକ୍ତି କରିଛନ୍ତି ବିଶେଷଜ୍ଞ ।

ସମ୍ବନ୍ଧିତ ଖବର