ମୁମ୍ବାଇ: ଦିନକୁ ଦିନ କରୋନା ଭାଇରସ୍ ତା’ର କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଦେଶର ବଡ଼ ବଡ଼ କମ୍ପାନି ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ସରକାରଙ୍କ ଆଡ଼କୁ ନିଜ ସହାୟତାର ହାତ ବଢ଼ାଇଛନ୍ତି। ଏହି କମ୍ପାନିଗୁଡ଼ିକ ଭିତରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟାଟା ସନ୍ସ, ୱିପ୍ରୋ, ପେଟିଏମ୍, ଇନ୍ଫୋସିସ୍, ଏଚ୍ଡ଼ିଏଫ୍ସି ଗ୍ରୁପ୍, ଏସ୍ବିଆଇ, କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ ପ୍ରମୁଖ।
ୱିପ୍ରୋ ଗ୍ରୁପ୍ ଏବଂ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ଦାନ ଆକାରରେ ୧, ୧୨୫ କୋଟି ଟଙ୍କା ଦେଇଥିବା ଜାଣିବାକୁ ମିଳିଛି। ପେଟ୍ରୋଲିୟମ୍ ମନ୍ତ୍ରାଳୟ ଅଧୀନରେ ଥିବା ଅଏଲ୍ ଜଏଣ୍ଟ୍ ଭେଞ୍ଚର୍ସ ୧ ହଜାର କୋଟି ଟଙ୍କା ସହାୟତା ଦେଇଥିବା ଜାଣିବାକୁ ମିଳିଛି।
ଟାଟା ସନ୍ସ ଏବଂ ଟାଟା ଟ୍ରଷ୍ଟ୍ ମିଶି ୧,୫୦୦ କୋଟି ଟଙ୍କା ଦେଇଥିବା ବେଳେ ରିଲାଏନ୍ସ କେୟାର ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ପ୍ରଦାନ କରିଛି।
ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁମ୍ବାଇରେ ଥିବା ସେଭେନ୍ ହିଲ୍ସ ହସ୍ପିଟାଲ୍କୁ ୧୦୦ଟି ବେଡ୍ ପ୍ରଦାନ କରିଥିବା ସୂଚନା ରହିିଛି। ବିଜୟ ଶେଖର ଶର୍ମାଙ୍କ ପେଟିଏମ୍ ୫୦୦ କୋଟି ଟଙ୍କା ଦେଇଥିବା ବେଳେ ସୁପର୍ଷ୍ଟାର୍ ଶାହାରୁଖ୍ ୫୦ ହଜର ପିପିଇ କିଟ୍ ଦେଇଥିବା ଜାଣିବାକୁ ମିଳିଛି।