ବିରୋଧୀଙ୍କ ମଜାକ ଉଡ଼ାଇ ଜବରଦସ୍ତ ମକିଂ ଆନିମେଟେଡ୍‌ ଭିଡିଓ କଲା ବିଜେପି, ଦେଖନ୍ତୁ ଜାରି ହୋଇଥିବା ୧୦ ଭିଡିଓ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀମାନଙ୍କ ମଜାକ୍‌ ଉଡ଼ାଇ ଭାରତୀୟ ଜନତା ପାର୍ଟି(ବିଜେପି) କିଛି ଆନିମେଟେଡ୍‌ ଭିଡିଓ ବାହାର କରିଛି। ସମୁଦାୟ ୧୦ଟି ମକିଂ ଭିଡିଓରୁ ୫ଟି ଭିଡିଓ ବିଜେପିର ଟ୍ଵିଟର୍‌ରେ ରିଲଜ୍‌ ହୋଇଥିବା ବେଳେ ୩ଟି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଓ ୨ଟି ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ରିଲିଜ୍‌ ହୋଇଛି।

ସେଥିରେ ଦୃଶ୍ୟମାନ ହୋଇଛି ଯେ ବିଜେପି ବ୍ୟାଟିଂ କରୁଛି। ଅମ୍ପ୍ୟାୟାର୍‌ ୬ ହୋଇଥିବା ଘୋଷଣା କରିସାରିବା ପରେ ବି ବିପରୀତ ଦଳରେ ଖେଳୁଥିବା ବିରୋଧୀ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ, ବିଏସ୍‌ପି ସୁପ୍ରିମୋ ମାୟାବତୀ ଏବଂ ଅନ୍ୟ କେତେକ ନେତା ୬ ର ପ୍ରମାଣ ମାଗୁଥିବାର ଦେଖିବାକୁ ମିଳିଛି। ଏହି ପ୍ରଂସଗକୁ ବାଲାକୋଟ ଷ୍ଟ୍ରାଇକ୍‌ ସହ ତୁଳନା କରାଯାଇଛି। ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ନାନା ରିପୋର୍ଟ ବାହାରିବା ପରେ ବି ବିରୋଧୀମାନେ ପ୍ରମାଣ ଚାହୁଁଥିବା ହେତୁ ତାତ୍ସଲ୍ୟ କରାଯାଇଛି।

ସମ୍ବନ୍ଧିତ ଖବର