ରାଉରକେଲା/ବୀରମିତ୍ରପୁର: ସ୍କର୍ପିଓ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା  ନବବିବାହିତା ପ୍ରୀତିକୁମାରୀ ଓ ପିଉସୀଶାଶୂ ପିଙ୍କିଦେବୀଙ୍କ ଶବ ଗତକାଲି ଅପରାହ୍ନରେ ରାଏବଗାରେ ପହଞ୍ଚିଥିଲା। ମୃତ ପ୍ରୀତିକୁମାରୀଙ୍କ ମା’ ବିମଳା ଦେବୀଙ୍କ ଶବ ଚତରାରେ ପହଞ୍ଚିଥିଲା। ଦୁଇଟି ସ୍ଥାନରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଡୁବିଥିଲା ରାଏବଗା ଓ ଚତରା। ନବବିବାହିତା ଓ ତାଙ୍କ ପିଉସୀଶାଶୂଶଙ୍କ ଶବକୁ ଅପେକ୍ଷା କରିଥିଲେ ପରିବାର, ସାଙ୍ଗସାଥୀ ଓ ସମ୍ପର୍କୀୟ। ଦୁହିଁଙ୍କ ଶବ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିବା ଗାଁ। ସମସ୍ତଙ୍କ ମନରେ ଥିଲା ଅସରନ୍ତି ଦୁଃଖ। ପିଉସୀଶାଶୂ ପିଙ୍କିଦେବୀଙ୍କ ଘରେ ତାଙ୍କ ସ୍ବାମୀ ଲାଲା ସାହୁ, ଦୁଇ ଝିଅ ରୀତା ଓ ରିମ୍‌ଝିମ୍‌ଙ୍କ କାନ୍ଦବୋବାଳିରେ ପୂରା ଗାଁ ଫାଟି ପଡ଼ିଥିଲା। ଗାଁ ମଶାଣିର ଗୋଟିଏ ଜୁଇରେ ଜଳିଥିଲା ପ୍ରୀତି ଓ ପିଙ୍କିଙ୍କ ଶବ। ଅନ୍ୟପକ୍ଷରେ ମୃତା ପ୍ରୀତିକୁମାରୀଙ୍କ ସ୍ବାମୀ ରଶ୍ମିକାନ୍ତ(ବୁତୁରୁ) ଓ ତାଙ୍କ ଶାଳକ ରାହୁଲ ପ୍ରସାଦ ରାଞ୍ଚିସ୍ଥ ରିମ୍‌ସ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଅନ୍ୟ ତିନିଜଣ ଝାଡ଼ଖଣ୍ଡ ହଜାରିବାଗସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

Advertisment

ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଠାକୁର ଦର୍ଶନ ସାରି ଗୃହରକ୍ଷୀ ନବଦମ୍ପତି ଓ ତାଙ୍କ ଶ୍ବଶୁରଘର ପରିବାର ସହ ଫେରୁଥିବା ଏକ ସ୍କର୍ପିଓ(ଜେଏଚ୍‌ ୨ ଇ ୩୬୮୫)  ଝାଡ଼ଖଣ୍ଡର ରାଞ୍ଚି ଗନ୍ଧାରିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ବ ଗଛରେ ପିଟିହେବାରୁ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ଗୁରୁତର ହୋଇଥିଲେ। ମୃତକମାନଙ୍କ ମଧ୍ୟରେ ଥିଲେ ନବବିବାହିତା ପ୍ରୀତିକୁମାରୀ (୨୩), ତାଙ୍କ ପିଉସୀ ପିଙ୍କିକୁମାରୀ (୩୦), ମା’ ବିମଳା ଦେବୀ (୬୦)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ଗୃହରକ୍ଷୀ ରଶ୍ମିକାନ୍ତ ଓ ତାଙ୍କର ଦୁଇ ଶାଳିକା ପ୍ରିୟା, ପ୍ରିୟଙ୍କା ଓ ଶାଳକ ରାହୁଲ ପ୍ରସାଦ ଓ ଅନ୍ୟ ଦୁଇ ନାବାଳିକା। ସମସ୍ତ ଗୁରୁତରଙ୍କୁ ହଜାରିବାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୃହରକ୍ଷୀ ରଶ୍ମିକାନ୍ତ ଓ ତାଙ୍କ ଶାଳକଙ୍କୁ ଗୁରୁତର ଅବସ୍ଥାରେ ରାଞ୍ଚିସ୍ଥ ରିମ୍‌ସ ହସ୍ପିଟାଲକୁ ପଠାଯାଇଥିଲା।

ସୂଚନାଯୋଗ୍ୟ, ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଠାକୁର ଦର୍ଶନ ସାରି ଗୃହରକ୍ଷୀ ନବଦମ୍ପତି ଓ ତାଙ୍କ ଶ୍ବଶୁରଘର ପରିବାର ସହ ଫେରୁଥିବା ଏକ ସ୍କର୍ପିଓ(ଜେଏଚ୍‌ ୨ ଇ ୩୬୮୫)  ଝାଡ଼ଖଣ୍ଡର ରାଞ୍ଚି ଗନ୍ଧାରିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ବ ଗଛରେ ପିଟିହେବାରୁ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ଗୁରୁତର ହୋଇଥିଲେ। ମୃତକମାନଙ୍କ ମଧ୍ୟରେ ଥିଲେ ନବବିବାହିତା ପ୍ରୀତିକୁମାରୀ (୨୩), ତାଙ୍କ ପିଉସୀ ପିଙ୍କିକୁମାରୀ (୩୦), ମା’ ବିମଳା ଦେବୀ (୬୦)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ଗୃହରକ୍ଷୀ ରଶ୍ମିକାନ୍ତ ଓ ତାଙ୍କର ଦୁଇ ଶାଳିକା ପ୍ରିୟା, ପ୍ରିୟଙ୍କା ଓ ଶାଳକ ରାହୁଲ ପ୍ରସାଦ ଓ ଅନ୍ୟ ଦୁଇ ନାବାଳିକା। ସମସ୍ତ ଗୁରୁତରଙ୍କୁ ହଜାରିବାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୃହରକ୍ଷୀ ରଶ୍ମିକାନ୍ତ ଓ ତାଙ୍କ ଶାଳକଙ୍କୁ ଗୁରୁତର ଅବସ୍ଥାରେ ରାଞ୍ଚିସ୍ଥ ରିମ୍‌ସ ହସ୍ପିଟାଲକୁ ପଠାଯାଇଥିଲା।