ଘୁ.ଉଦୟଗିରି: ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିବାବେଳେ ଘୁ.ଉଦୟଗିରି ସହରରେ ଦିନକୁ ଦିନ ପ୍ରବଳ ଥଣ୍ଡା ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଜନ ଜୀବନକୁ ଅସ୍ତବ୍ୟସ୍ତ କଲାଣି। ଦିନକୁ ଦିନ ପାରଦ ତଳ ମୁଁହା ହେବା ସହ ଜାଡ ଆରମ୍ଭ ହୋଇଛି। ହାତ ଗୋଡ଼ କାଲ ମାରିଯାଉଛି। ଗରିବ ଅସହାୟ ପରିବାର ପାଇଁ ପ୍ରବଳ ଥଣ୍ଡା ଅସହ୍ୟ ହେବାରେ ଲାଗିଛି। ପ୍ରବଳ ଥଣ୍ଡା ଯୋଗୁଁ ସଞ୍ଜ ନଇଁଲେ ଜନଶୁନ୍ୟ ହେଉପଡୁଛି ରାସ୍ତାଘାଟ। ଲୋକ ଥଣ୍ଡା ପାଇଁ ଘରେ ରହିବାକୁ ସୁରକ୍ଷିତ ମଣୁଛନ୍ତି।
ଲଗାତାର ଏକ ସପ୍ତାହ ହେଲା ପାରଦ ତଳମୁହାଁ ହେବାରେ ଲାଗିଛି। ଚଳିତ ବର୍ଷ ସବୁଠାରୁ କମ ତାପମାତ୍ରା ୪.୮ ଡିଗ୍ରୀ ଆଜି ରେକର୍ଡ଼ କରାଯାଇଛି।ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡାର ସହର ଘୁ.ଉଦୟଗିରି ରହିଛି। ପ୍ରବଳ ଥଣ୍ଡା ପଡିବା ଯୋଗୁଁ ଗରମ ପୋଷାକର ଚାହିଦା ବଢିବା ସହ ଗରମ ପୋଷାକ ଏବଂ କମ୍ବଳ ବ୍ୟବସାୟ ଵୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗାଁ ସାହି ଗଳି କନ୍ଦି ସହରର ଛକମାନଙ୍କରେ କାଠ ଜାଳି ନିଆଁ ପାଖରେ ଲୋକଙ୍କ ଭିଡ଼ ଲାଗିରହୁଥିବା ଦେଖୁବାକୁ ମିଳିଛି।
ସହରର ତାପମାତ୍ରା ଠାରୁ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ପାହାଡିଆ ଅଞ୍ଚଳରେ ପାରଦ ଆହୁରି ୧ଡିଗ୍ରୀ ତଳ ମୁଁହା ରହୁଥିବା ଅନୁମାନ କରିହେଉଛି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମୁକୁଲିଙ୍ଗିଆ, ଗୁନ୍ଦାବାଜୁ,ସିପେଏଜୁ,ଲଏରେଜୁ ଭଳି ଗାଁରେ ଥଣ୍ଡାର ପ୍ରକୋପ ଆହୁରି ବେଶୀ ରହିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/12/16/cFFMIHcTWyk4PipOOm1x.jpg)