ଅତିସିଙ୍କୁ ନେଇ ତେଜିଲା ବିବାଦ : ନିର୍ବାଚନ ଜିତିବା ପାଇଁ କେଜରୀଓ୍ଵାଲ ନିଜର ମହିଳା ସାଥୀଙ୍କ ଇଜ୍ଜତକୁ ମଧ୍ୟ ବାଜି ଲଗାଇପାରନ୍ତି : ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀ ଲୋକସଭା ଆସନ ନିର୍ବାଚନକୁ ନେଇ ଆପ ଓ ବିଜେପି ମଧ୍ୟରେ ପ୍ରତିଯୋଗିତା ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି । ଏହି ଆସନ ପାଇଁ ବିଜେପିର ଗୌତମ ଗମ୍ଭୀର ଓ ଆପର ଅତିସି ମାର୍ଲେନାଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଥିଲେ ଯେ ନିର୍ବାଚନ ଜିତିବା ପାଇଁ ଗୌତମ ଅତିସିଙ୍କ ନାଁରେ ମିଥ୍ୟା ଆରୋପ ଲଗାଇ ଆପତ୍ତିଜନକ ଲିଫଲେଟ୍‌ ବା ପ୍ରଚାର ପତ୍ର ବାଣ୍ଟୁଛନ୍ତି ।

ଏହି ଲିଫଲେଟରେ ଲେଖା ହୋଇଛି ଯେ ଅତିସି ଜଣେ ଦେହଜୀବି ବୋଲି ଦର୍ଶାଯାଇଛି । ଆହୁରି ମଧ୍ୟ ସେ ଗୋମାଂସ ଖାଆନ୍ତି ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଏହାର ଜବାବ ଦେଇଛନ୍ତି ପୂର୍ବତନ କ୍ରିକେଟିୟର ଗୌତମ ଗମ୍ଭୀର । ସେ କହିଛନ୍ତି ଯେ ଅରବିନ୍ଦ କେଜରିଓ୍ଵାଲ ଜଣେ ଅତି ନିଚ୍ଚସ୍ତରର ବ୍ୟକ୍ତି । ରାଜନୈତିକ ଫାଇଦା ପାଇଁ ସେ ଅତି ତଳକୁ ଖସିଯାଇପାରନ୍ତି । ଏପରିକି ସେ ନିଜର ଜଣେ ସାଥୀର ଇଜ୍ଜତକୁ ମଧ୍ୟ ବାଜି ଲଗାଇପାରନ୍ତି । ଏପରି ଜଣେ ମୁଖ୍ୟମନ୍ତ୍ରୀ ପାଇଥିବାରୁ ମୁଁ ଲଜ୍ଜିତ । ସେ ମୋ ବିରୋଧରେ ଲଗାଇଥିବା ଆରୋପ ସତ୍ୟ ପ୍ରମାଣିତ ହେଲେ ରାଜନୀତି ଛାଡିଦେବି ବୋଲି ଗମ୍ଭୀର କହିଛନ୍ତି ।

ସମ୍ବନ୍ଧିତ ଖବର