ନୂଆପଡ଼: ନୂଆପଡ଼ା ଜିଲ୍ଲା କୋମନା ଥାନା କେନ୍ଦୁଭଟା ଗାଁରେ ଅବକାରୀ ବିଭାଗର ଚଢ଼ାଉ ହୋଇଛି। ଏଠାରୁ ୧୩ କ୍ବିଣ୍ଟାଲ ୨୬ କେଜି ଗଞ୍ଜେଇ ସହ ପିକ୍ଅପ ଭ୍ୟାନ୍ ଜବତ କରାଯାଇଛି। ତେବେ ଅବକାରୀ ଟିମ୍କୁ ଦେଖି ଗଞ୍ଜେଇ ବ୍ୟବସାୟୀ, ଗାଡ଼ି ମାଲିକ ଏବଂ ଡ୍ରାଇଭାର ଫେରାର ହୋଇଯାଇଛନ୍ତି । ନୂଆପଡ଼ା ଅବକାରୀ ଅଧୀକ୍ଷିକା ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଅବକାରୀ ବିଭାଗ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସେପଟେ କନ୍ଧମାଳ ଜିଲ୍ଲାରେ ଜୋରଦାର ହୋଇଛି ଗଞ୍ଜେଇ ଧରପଗଡ଼ ଅଭିଯାନ। ଜିଲ୍ଲା ପୁଲିସ ୫ଟି ଟିମ୍ ଗଠନ କରି ୫ଟି ଥାନା ଅଞ୍ଚଳରେ ଚଢ଼ାଉ କରିଛି । ପ୍ରାୟ ୧୦ ହଜାର ୮୫୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୫୦ କୋଟିରୁ ଅଧିକ ଟଙ୍କା ହେବ। ଏହି ଧରପଗଡ଼ ଅଭିଯାନ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି କନ୍ଧମାଳ ଏସ୍ପି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/06/qrxiK9L9rUfrWnTmTXSV.jpeg)