ପରିମଳ କର୍ମଚାରୀଙ୍କୁ ମିଳିବ ବାସଗୃହ ସହ ଜୀବନ ବୀମା: ମୁଖ୍ୟମନ୍ତ୍ରୀ

Advertisment

ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ |

ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ |

aassss

ଭୁବନେଶ୍ୱର: ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ | ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ପରିମଳ ବ୍ୟବସ୍ଥାକୁ ନେଇ ୬୭ ବର୍ଷ ଧରି କୌଣସି ଦଳ ବି ଗୁରୁତ୍ଵ ଦେଉନଥିଲେ। କିନ୍ତୁ ମୋଦୀ ଆସିବା ପରେ ଘରେ ଘରେ ଶୌଚାଳୟ ବ୍ୟବସ୍ଥା ପାଇଁ ପ୍ରଥମେ ପଦକ୍ଷେପ ନେଲେ।

ଓଡ଼ିଶାରେ ୧୧୫ ସହରରେ ୧୦ ହଜାରରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କୁଶଳୀ ଅତି କୁଶଳୀ ପ୍ରମାଣ ପତ୍ର ଦେବାକୁ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଵଚ୍ଛତା ଆନ୍ଦୋଳନକୁ ସରକାର ଜୋରଦାର କରୁଛନ୍ତି। ଜୀବନ ବୀମା, ଜନ ଆରୋଗ୍ୟ ଓ ଗୋପବନ୍ଧୁ ଯୋଜନାରେ ଚିକିତ୍ସା ସୁବିଧା, ଗୃହ ପାଇଁ ସହାୟତା, ମୋବାଇଲ ଫୋନ ଆଦି ପ୍ରଦାନ କରିବେ ରାଜ୍ୟ ସରକାର।

୫୦ କୋଟି ଟଙ୍କାର ସହାୟତା ପ୍ରତି ବର୍ଷ ରାଜ୍ୟ ସରକାର ସ୍ୱଚ୍ଛତା ପାଇଁ ଖର୍ଚ୍ଚ କରୁଛନ୍ତି। ସଫେଇ ସମୟରେ ଜୀବନ ହାନି ଘଟିଲେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନର ବ୍ୟବସ୍ଥା ଅଛି ଯାହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ। ୧୫ ଦିନ ଧରି ରାଜ୍ୟବ୍ୟାପୀ ଜନ ସଚେତନତା କାର୍ଯ୍ୟକ୍ରମ ପରିମଳକୁ ନେଇ କରାଯିବ। ପ୍ରତିବର୍ଷ ଏହି କର୍ମଶାଳାର ଆୟୋଜନ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe