ନିଜର ମତାଧିକାର ସାବ୍ୟସ୍ତ କଲେ କ୍ରିକେଟର ତଥା ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଜଣାଶୁଣା ଭାରତୀୟ କ୍ରିକେଟର ତଥା ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଆଜି ସକାଳୁ ସକାଳୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ପତ୍ନୀଙ୍କ ସହ ବୁଥରେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଇଥିଲେ ଗମ୍ଭୀର । ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ପୁରୁଣା ରାଜିନ୍ଦ୍ର ନଗରର ଏକ ବୁଥରେ ଭୋଟ ଦେବାକୁ ପହଞ୍ଚିଥିଲେ ଗୌତମ ଗମ୍ଭୀର ।

ଗମ୍ଭୀର ଭୋଟ ଦେବାକୁ ଆସିଥିବା ଖବର ପ୍ରଚାର ହେବା ପରେ ବୁଥରେ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ଗମ୍ଭୀରଙ୍କର ଟିକିଏ ଝଲକ ପାଇବା ପାଇଁ ଶହ ଶହ ସଂଖ୍ୟାରେ ଲୋକେ ସେଠାରେ ଅପେକ୍ଷା କରି ରହିଥିଲେ । ଭୋଟ ଦେଇ ବୁଥରୁ ବାହାରିବା ସହ ଅନ୍ୟମାନଙ୍କୁ ମଧ୍ୟ ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଥିଲେ ।

 

ଗମ୍ଭୀରଙ୍କୁ ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଛି ବିଜେପି । ଗମ୍ଭୀରଙ୍କ ବିରୋଧରେ ଆପ ଟିକେଟରେ ଆତିଶ ଓ କଂଗ୍ରେସ ଟିକେଟରେ ଅରବିନ୍ଦ ସିଂହ ଲଭଲୀ ମୈଦାନକୁ ଓହ୍ଲାଇଛନ୍ତି ।ଏଠାରେ ତ୍ରିମୁଖୀ ଲଢେଈ ହେଉଥିବା ବେଳେ କିଏ ବିଜୟ ବାନା ଉଡାଇବ ତାହା ମେ ୨୩ରେ ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧିତ ଖବର