ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ଶରୀରକୁ ମିଳେ ଏହି ସବୁ ଫାଇଦା

ଗାୟତ୍ରୀ ମନ୍ତ୍ରକୁ ହିନ୍ଦୁ ଧର୍ମରେ ଏକ ସ୍ୱତନ୍ତ୍ର ସ୍ଥାନ ଦିଆ ଯିବା ସହ ସବୁ ଧାର୍ମିକ ଅନୁଷ୍ଠାନରେ ଏହି ମନ୍ତ୍ରର ଉଚ୍ଚାରଣ ମଧ୍ୟ କରାଯାଇଥାଏ । ଆପଣ ଭାବୁଥିବେ ଏହା କେବଳ ଭଗବାନଙ୍କ ପୂଜା ପାଇଁ ଉଚ୍ଚାରଣ କରାଯାଇଥାଏ । କିନ୍ତୁ ଏହାର ଅନେକ ଫାଇଦା ରହିଛି । ଏହାକୁ ଜପ କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ପ୍ରତିଦିନ ଏହି ମନ୍ତ୍ର ଜପ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ରୋଗମୁକ୍ତ ହୋଇଥାଏ । ଆସନ୍ତୁ ଜାଣିବା ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା କ’ଣ ସବୁ ଉପଚାର ମିଳିଥାଏ ।

୧.ପ୍ରତି ଦିନ ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ । ଦିନର ଆରମ୍ଭରେ ଏହି ଜପଦ୍ୱାରା ଆପଣଙ୍କ ଦିନ ଭଲ କଟିବା ସହ ଆପଣ ସବୁ ଜିନିଷକୁ ଠିକ୍‌ ଭାବରେ କରିବାର କ୍ଷମତା ଆସିଥାଏ ।

୨.ଏହା ଚିନ୍ତା ଏବଂ କାମର ଚାପକୁ ଦୂରରେ ରଖେ । ଯଦି ଆପଣଙ୍କୁ ବାରମ୍ବାର କୌଣସି ସମସ୍ୟା ଚିନ୍ତାରେ ପକାଉଥାଏ ତେବେ ଏହି ମନ୍ତ୍ର ଜପ କରନ୍ତୁ, ଆପଣଙ୍କୁ ଲାଭ ମିଳିବ ।

୩. ଏହି ମନ୍ତ୍ର ଜପ କରିବା ଦ୍ୱାରା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ହେବା ସହ ଶୀରା ପ୍ରଶିରା ଶକ୍ତ ହୋଇଥାଏ ।

୪.ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବା ସହଜ ହୋଇଥାଏ ଏବଂ ରୋଗ ପ୍ରତିରୋଧକୁ ଶକ୍ତି ବଢ଼ିଥାଏ । ଏହା ଦ୍ୱାରା ଅମ୍ଲଜାନର ପ୍ରବାହ ଠିକ୍‌ ଭାବରେ ହୋଇଥାଏ, ଯାହାଦ୍ୱାରା ହୃତ୍‌ପିଣ୍ଡର କାର୍ଯ୍ୟକ୍ଷମତା ବୃଦ୍ଧି ହେବା ସହ ହୃଦ୍‌ଘାତର ଆଶଙ୍କା କମ ହୋଇଥାଏ ।

୫.ଏହି ମନ୍ତ୍ର ଜପ ଦ୍ୱାରା ଏକାଗ୍ରତା ବଢ଼ିବା ସହ ମୁହଁରେ ଚମକ ଆସିଥାଏ । କୌଣସି ଜିନିଷ କରିବା ପାଇଁ ମନ ହେଉ ନଥିଲେ ଏହି ମନ୍ତ୍ର ଜପ କରନ୍ତୁ । କାମ କରିବାରେ ଏକାଗ୍ରତା ଆସିବ ।

ସମ୍ବନ୍ଧିତ ଖବର