ଗେଲ୍‌ ହେଲେ ମିଷ୍ଟର ଇଣ୍ଡିଆ, ପଞ୍ଜାବୀ ପୋଷାକ ପିନ୍ଧି କଲେ ଭାଙ୍ଗଡ଼ା ନୃତ୍ୟ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: ୱେଷ୍ଟଇଣ୍ଡିଜର ଧୂରନ୍ଧର ବ୍ୟାଟ୍ସମ୍ୟାନ୍‌ ଓ ୟୁନିଭର୍ସ ବସ ଭାବେ ଲୋକପ୍ରିୟତା ହାସଲ କରିଥିବା କ୍ରିସ ଗେଲ ନିଜକୁ ମିଷ୍ଟର ଇଣ୍ଡିଆ ରୂପରେ ସଜେଇ ହୋଇଛନ୍ତି। ଗେଲ୍‌ ଯେତେବେଳେ କ୍ରିଜ୍‌ରେ ଥାଆନ୍ତି କୌଣସି ବି ପରିସ୍ଥିତିରେ ଖେଳକୁ ନିଜ ଟିମ୍‌ ସପକ୍ଷରେ ନେବାର କ୍ଷମତା ରଖିଥାନ୍ତି। ଯେଉଁ ମ୍ୟାଚ୍‌ରେ ଗେଲ୍‌ଙ୍କ ବ୍ୟାଟ୍‌ କାମ କରିଥାଏ, ସେହି ମ୍ୟାଚ୍‌ ବିରୋଧୀ ଦଳକୁ ଜିତିିବା ସହଜ ହୋଇ ନ ଥାଏ।

ପଡ଼ିଆରେ ଭିତରେ ଗେଲ ଯେ ପର୍ଯ୍ୟନ୍ତ ଥାଆନ୍ତି ବିରୋଧୀ ଦଳର ବୋଲରଙ୍କ ଚିନ୍ତା ଥାଏ। ପୁଣି ଗେଲ ଆଉଟ ହୋଇ ଯେତେବେଳେ ପଡ଼ିଆ ବାହାରକୁ ଯାଇଥାନ୍ତି, ମଜାମସ୍ତି କରିବାକୁ ଭୁଲନ୍ତି ନାହିଁ।

ନିକଟରେ ଗେଲ୍‌ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ଦର୍ଶକ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ମାମଲା ହେଲା ଯେ, ଗେଲ ନିଜକୁ ମିଷ୍ଟର ଇଣ୍ଡିଆ ଭାବରେ ଉପସ୍ଥାପନା କରିଛନ୍ତି। ସେ ଏକ କ୍ୟାପସନ୍‌ରେ ଲେଖିଛନ୍ତି, ‘ମିଷ୍ଟର ଇଣ୍ଡିଆ’ ଏହି ଫଟୋରେ ଗେଲ ପଞ୍ଜାବୀ ଅବତାର ନେଇଛନ୍ତି। ଫଟୋରେ ୟୁନିଭର୍ସ ବସ ନୀଳ ରଙ୍ଗର ସୁଟ୍‌ ଓ ପଗଡ଼ି ବାନ୍ଧିଛନ୍ତି। ଗେଲ୍‌ଙ୍କ ଫଟୋକୁ ତାଙ୍କର ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଗେଲ ଯଦିଓ ୱେଷ୍ଟଇଣ୍ଡିଜର ମୂଳ ନିବାସୀ, ତଥାପି ଭାରତରେ ସେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଲୋକପ୍ରିୟତା ଅର୍ଜନ କରିଛନ୍ତି।

 

#KingGayle? coming, India. #LivePunjabiPlayPunjabi #Kings

A post shared by KingGayle ? (@chrisgayle333) on

ଆଇପିଏଲ୍‌ ୧୧ରେ ଗେଲ୍‌

ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଟିମ୍‌ରୁ ଖେଳି ୩୬୮ ରନ୍‌ ସଂଗ୍ରହ କରିଛନ୍ତି। ସେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସୋସିଆଲ ମିଡିଆରେ ଗେଲ ଅଧିକ ସମୟ ସକ୍ରିୟ ରହିଥାନ୍ତି। ଏହା ପୂର୍ବରୁ ସେ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ପଞ୍ଜାବୀ ଅବତାରରେ ଭାଙ୍ଗଡା ନୃତ୍ୟ କରୁଥିବାର ଦେଖାଯାଇଥିଲା।

ସମ୍ବନ୍ଧିତ ଖବର