ହଜାର  ହଜାର  ବର୍ଷ ଧରି ଭାରତରେ ପିଲାମାନେ ବାଲ୍ୟ ଓ ଶୈଶବ କାଳରେ ଶୁଣିଆସୁଥିବା ଗଳ୍ପ ଗୁଡିକ ମଧ୍ୟରୁ ମହାଭାରତର କାହାଣୀଗୁଡ଼ିକ ସେମାନଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରି ଆସିଛି | ମହାଭାରତ କାବ୍ୟର ପ୍ରତ୍ୟେକ ପୃଷ୍ଠାରେ ବର୍ଣ୍ଣିତ ଯୁଦ୍ଧର ଷଡ଼ଯନ୍ତ୍ର ଓ ଏହାର ବିଭିନ୍ନ ଜଟିଳତା ଏବଂ ଚରିତ୍ର  ଭିତରେ ଗୀତାର ସାର ମର୍ମ ଓ ମୂଳ ବାର୍ତ୍ତା ଲୁଚି ରହିଛି |  ଭଗବଦ୍ ଗୀତା ହେଉଛି ଏପରି ଏକ  ଦିବ୍ୟ  ଅପରିବର୍ତ୍ତନୀୟ , ଯୁଗାନ୍ତକାରୀ ଏବଂ ଅନନ୍ତ ଈଶ୍ଵରୀୟ ଜ୍ଞାନ ଯାହା ପ୍ରଭୁ ନିଜେ ତାଙ୍କ ଭକ୍ତ ତଥା ମହାନ ପାଣ୍ଡବ ଯୋଦ୍ଧା ଅର୍ଜୁନଙ୍କୁ ଉପଦେଶ  ମାଧ୍ୟମରେ  ଦେଇଥିଲେ | 
Advertisment

ଯେପରି ପ୍ରଭୁ ତାଙ୍କର ଶିଷ୍ୟ ଅର୍ଜୁନଙ୍କୁ ଧର୍ମଯୁଦ୍ଧ କରିବାକୁ ପରାମର୍ଶ ଦେଇଥିଲେ, ସେହିପରି ପ୍ରତ୍ୟେକ ମଣିଷ, ତା'ର ଚରମ ପରିତ୍ରାଣ ପାଇଁ  ନିଜର ଅହଂକାର, କୁପ୍ରବୃତ୍ତି,  କ୍ରୋଧ, କାମ ବାସନା, ପାର୍ଥିବ ବସ୍ତୁ ପ୍ରତି ଇଚ୍ଛାକୁ ଜୟ କରିବାକୁ ଚେଷ୍ଟା କରିବା ଆବଶ୍ୟକ | ମହାଭାରତର ପ୍ରତ୍ୟେକ ଚରିତ୍ରକୁ, ଯୋଗାନନ୍ଦଜୀ ଯେପରି ବ୍ୟାଖ୍ୟା କରିଛନ୍ତି, ତାହା ସବୁ ନିଆରା ଗୁଣର ଉଦାହରଣ | ଏହି ଗୁଣଗୁଡ଼ିକ ଆମ ଭିତରେ ଥିବା ଦୁଷ୍ଟ କୋୖରବ  ଓ  ଉତ୍ତମ  ପାଣ୍ଡବଙ୍କୁ ପ୍ରତିପାଦିତ କରିଥାଏ | ତେଣୁ ଏହାର ସତବିଚାର  କରି  କେଉଁ ଗୁଣକୁ ଆମେ ପରାଜିତ କରିବା କିମ୍ବା କେଉଁ ଗୁଣକୁ ପୋଷଣ କରିବା ତାହାର ସଠିକ ବିବେଚନା କରିବା ଉଚିତ |

ଏହା ସଠିକ୍ ଭାବରେ କୁହାଯାଇଛି ଯେ କୌଣସି ଭକ୍ତ ଯେ କୌଣସି ସମୟରେ, ଯେ କୌଣସି ଅବସ୍ଥାରେ ଓ ଯେ କୌଣସି ଅଧ୍ୟାତ୍ମ ମାର୍ଗରେ  ରହିଥିଲେ  ମଧ୍ୟ ଗୀତାଜ୍ଞାନ  ତାଙ୍କ ଉପରେ ନିଶ୍ଚିତ ଆଲୋକ ପ୍ରଦାନ କରିଥାଏ  | 
ପ୍ରତି ବର୍ଷ ଡିସେମ୍ବର ମାସରେ ଗୀତା ଜୟନ୍ତୀ ସମଗ୍ର ବିଶ୍ୱରେ ପାଳନ କରାଯାଏ ଏବଂ ବିଶେଷ କରି ଏହି ସମୟରେ ବିଶେଷଜ୍ଞ ମାନଙ୍କ ଦ୍ୱାରା ଏହି ମହାନ ଶାସ୍ତ୍ରର ଅନ୍ତର୍ନିହିତ ସୂକ୍ଷ୍ମାତି ସୂକ୍ଷ୍ମ ଭାବକୁ  ପ୍ରକଟିତ  କରାଯାଇଥାଏ | 
କୁରୁକ୍ଷେତ୍ର  ଯୁଦ୍ଧ କ୍ଷେତ୍ରରେ  ଅର୍ଜୁନ ତାଙ୍କର ନିଜ ସମ୍ପର୍କୀୟଙ୍କ ବିରୁଦ୍ଧରେ  ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରନ୍ତେ, ଭଗବାନ କୃଷ୍ଣ ତାଙ୍କର ଭ୍ରମ ନିବାରଣ ତଥା ତାଙ୍କର ରୁପାନ୍ତିକରଣ ନିମନ୍ତେ  ପ୍ରେରଣାଦାୟକ ଉପଦେଶ ସହିତ ଚରମ ସତ୍ୟ ପ୍ରକାଶ କରିଥିଲେ | ଶ୍ରୀ ଶ୍ରୀ ପରମହଂସ ଯୋଗାନନ୍ଦଙ୍କ ଦ୍ୱାରା ଲିଖିତ ‘ଈଶ୍ୱର- ଅର୍ଜୁନ ସମ୍ବାଦ ’ ହେଉଛି  ଗୀତା ଏବଂ ଏହାର ଅନ୍ତର୍ନିହିତ ବାର୍ତ୍ତାର ଏକ ଗଭୀର ଆଧ୍ୟାତ୍ମିକ ବ୍ୟାଖ୍ୟା । ଯୋଗାନନ୍ଦଜୀ ବିଶ୍ୱର ସବୁଠାରୁ ଅଧିକ ବିକ୍ରି ହୋଇଥିବା ପୁସ୍ତକ ‘ଯୋଗୀର  ଆତ୍ମ ଚରିତ ’ ଏବଂ ଅନ୍ୟାନ୍ୟ ଅନେକ ପ୍ରେରଣାଦାୟକ ଆଧ୍ୟାତ୍ମିକ ପୁସ୍ତକ ରଚନା କରିଥିଲେ। 
‘ଈଶ୍ୱର- ଅର୍ଜୁନଙ୍କ ସମ୍ବାଦ’ର ଦୁଇଟି ଗ୍ରନ୍ଥଖଣ୍ଡ ମlଧ୍ୟମରେ ଯୋଗାନନ୍ଦଜୀ, ଗୀତାରେ ଥିବା ୭୦୦ ଶ୍ଲୋକର ପ୍ରକୃତ ମହତ୍ତ୍ୱ ବିଷୟରେ ବିସ୍ତୃତ ଭାବରେ ବିଶ୍ଳେଷଣ କରିଛନ୍ତି  | ଅର୍ଜୁନଙ୍କୁ ଭଗବାନ କୃଷ୍ଣଙ୍କ ଈଶ୍ୱରୀୟ  ଉପଦେଶର ମୂଳ ତତ୍ତ୍ୱ ହେଉଛି ଯେ " ଆମେ ସମସ୍ତେ  ଜଣେ ଜଣେ ଆତ୍ମା, ଶରୀର ନୁହେଁ, ଏବଂ ଆମ ଅନ୍ତର ଭିତରେ ଥିବା ସଦ୍ଗୁଣରୂପୀ ପାଣ୍ଡବମାନେ, ଆମ ଭିତରର କୌରବଙ୍କୁ ପରାସ୍ତ କରିବା ଉଚିତ୍, ଯାହା ଆତ୍ମାକୁ ଅନେକ ଜନ୍ମ ଏବଂ ମୃତ୍ୟୁ ଚକ୍ରର କବଳରୁ ମୁକ୍ତି ପାଇବାକୁ ସକ୍ଷମ କରିବ | " 
ଯେପରି ପ୍ରଭୁ ତାଙ୍କର ଶିଷ୍ୟ ଅର୍ଜୁନଙ୍କୁ ଧର୍ମଯୁଦ୍ଧ କରିବାକୁ ପରାମର୍ଶ ଦେଇଥିଲେ, ସେହିପରି ପ୍ରତ୍ୟେକ ମଣିଷ, ତା'ର ଚରମ ପରିତ୍ରାଣ ପାଇଁ  ନିଜର ଅହଂକାର, କୁପ୍ରବୃତ୍ତି,  କ୍ରୋଧ, କାମ ବାସନା, ପାର୍ଥିବ ବସ୍ତୁ ପ୍ରତି ଇଚ୍ଛାକୁ ଜୟ କରିବାକୁ ଚେଷ୍ଟା କରିବା ଆବଶ୍ୟକ | ମହାଭାରତର ପ୍ରତ୍ୟେକ ଚରିତ୍ରକୁ, ଯୋଗାନନ୍ଦଜୀ ଯେପରି ବ୍ୟାଖ୍ୟା କରିଛନ୍ତି, ତାହା ସବୁ ନିଆରା ଗୁଣର ଉଦାହରଣ | ଏହି ଗୁଣଗୁଡ଼ିକ ଆମ ଭିତରେ ଥିବା ଦୁଷ୍ଟ କୋୖରବ  ଓ  ଉତ୍ତମ  ପାଣ୍ଡବଙ୍କୁ ପ୍ରତିପାଦିତ କରିଥାଏ | ତେଣୁ ଏହାର ସତବିଚାର  କରି  କେଉଁ ଗୁଣକୁ ଆମେ ପରାଜିତ କରିବା କିମ୍ବା କେଉଁ ଗୁଣକୁ ପୋଷଣ କରିବା ତାହାର ସଠିକ ବିବେଚନା କରିବା ଉଚିତ |
ଯୋଗାନନ୍ଦଜୀଙ୍କ ‘କ୍ରିୟା ଯୋଗ’ ଶିକ୍ଷା,  ଗୀତାର ମୂଳ ବାର୍ତ୍ତା ସହିତ ଅଙ୍ଗାଙ୍ଗୀଭାବେ ଜଡିତ | ଯୋଗାନନ୍ଦଜୀଙ୍କ ଘରୋଇ ଅଧ୍ୟୟନ ଶିକ୍ଷାବଳୀ, ଯୋଗଦା ସତସଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ (YSS) ଦ୍ୱାରା ପ୍ରକାଶିତ | ଏଥିରେ ‘କ୍ରିୟାଯୋଗ’ ଧ୍ୟାନର କୌଶଳ ଗୁଡିକ ପର୍ଯ୍ୟାୟ ନିର୍ଦ୍ଦେଶାବଳୀ ମାଧ୍ୟମରେ ବର୍ଣ୍ଣନା କରାଯାଇଛି, ଯାହା ଆତ୍ମୋପଲବ୍ଧି  କରିବାର ସର୍ବୋଚ୍ଚ ମାର୍ଗ ଅଟେ | ଏହି YSS ଶିକ୍ଷା ସମସ୍ତ ସତ୍ୟ ଅନୁସନ୍ଧାନକାରୀଙ୍କ ପାଇଁ ଉପଲବ୍ଧ | ଇତିମଧ୍ୟରେ ଏହି ଶିକ୍ଷା ଲକ୍ଷ ଲକ୍ଷ ଭକ୍ତଙ୍କୁ  ସେମାନଙ୍କର ଆଧ୍ୟାତ୍ମିକ ଅନୁସନ୍ଧାନକୁ ତ୍ୱରାନ୍ୱିତ କରିବା ଦିଗରେ  ସକ୍ଷମ ହୋଇ ପାରଛି  | 
ଧ୍ୟାନର ଏହି ଉନ୍ନତ ବୈଜ୍ଞାନିକ କୋୖଶଳ ‘କ୍ରିୟାଯୋଗ’ ଗୀତାରେ ଦୁଇଥର ଉଲ୍ଲେଖ କରାଯାଇଛି | ଏହା ଉନବିଂଶ ଶତାବ୍ଦୀରେ ମହାବତାର ବାବାଜୀଙ୍କ ଦ୍ୱାରା ସଂଗଠିତ ଲୀଳା ମାଧ୍ୟମରେ ପୁନର୍ବାର ଆବିଷ୍କୃତ ହୋଇଥିଲା । ସେ ତାଙ୍କ ଶିଷ୍ୟ ଲାହିଡୀ ମହାଶୟଙ୍କୁ ଏ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ।  ଲାହିଡୀ ମହାଶୟ ତାଙ୍କର ଶିଷ୍ୟ ସ୍ୱାମୀ ଶ୍ରୀ ଯୁକେଶ୍ୱର ଗିରିଙ୍କୁ  ‘କ୍ରିୟା’ ଦୀକ୍ଷା ପ୍ରଦାନ କରିଥିଲେ  ଯିଏ  ପରବର୍ତ୍ତୀ କାଳରେ ତାଙ୍କର  ମୁଖ୍ୟ ଶିଷ୍ୟ ଯୋଗାନନ୍ଦଜୀଙ୍କୁ 'କ୍ରିୟା ଯୋଗ'  ଦୀକ୍ଷା ପ୍ରଦାନ କରିଥିଲେ। 
ଭାରତରେ ଏକ ପ୍ରବାଦ ଅଛି, “ଯେଉଁଠାରେ କୃଷ୍ଣ ଅଛନ୍ତି, ସେଠାରେ ବିଜୟ ଅଛି!” ପ୍ରକୃତରେ ସେହି ବ୍ୟକ୍ତି ମାନେ ଭାଗ୍ୟବାନ, ଯେଉଁମାନେ 'ଗୀତା' ର  ଶିକ୍ଷାକୁ  ଅନୁସରଣ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି  | ଅଧିକ ସୂଚନା ପାଇଁ ଯୋଗାଯୋଗ: yssi.org

                                     - ବିବେକ ଆତ୍ରେ