ଯେତେବେଳେ ଭାରତରେ ଶୀତଦିନ ଆସିଥାଏ, ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ପରିଲକ୍ଷିତ ହୋଇଥାଏ।ଶୀତଦିନେ ଗରମ ପାଣି ଏକ ନିତିଦିନିଆ ଆବଶ୍ୟକତାରେ ପରିଣତ ହୋଇଥାଏ। ଅନେକ ପରିବାର ପାଣି ଗରମ କରିବା ପାଇଁ ଗିଜରକୁ ବ୍ୟବହାର କରିଥାଆନ୍ତି। କିନ୍ତୁ ବର୍ଷ ସାରା ବନ୍ଦ ଥିବା ଗିଜରକୁ ହଠାତ ଚାଲୁ କରିବା ଫଳରେ ଗିଜରରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥାଏ।

Advertisment

ନୂଆଦିଲ୍ଲୀ: ଶୀତଦିନେ ଗାଧେଇବା କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ଆମେ ଗରମ ପାଣିକୁ ବ୍ୟବହାର କରିଥାଉ। ପାଣି ଗରମ କରିବା ପାଇଁ ଆଜିକାଲି ସମସ୍ତେ ଅତ୍ୟଧୁନିକ ଗିଜରକୁ ବ୍ୟବହାର କରୁଛନ୍ତି। ଆଧୁନିକ ଗିଜରଗୁଡ଼ିକ ଶୀଘ୍ର ପାଣି ଗରମ କରିଥାଏ। ଏଥିରେ ଅଟୋ-କଟ୍-ଅଫ୍, ତାପମାତ୍ରା ନିୟନ୍ତ୍ରକ ଏବଂ ସୁରକ୍ଷା ଭଲଭ୍ ଭଳି ଅନେକ ବୈଶିଷ୍ଟ୍ୟ ଥାଏ। ଏହାର ବ୍ୟବହାର ଫଳରେ ପାଣି ସାଙ୍ଗେସାଙ୍ଗେ ଗରମ ହୋଇଥାଏ। କିନ୍ତୁ ବର୍ଷ ସାରା ପ୍ରାୟତଃ ଗିଜର ବ୍ୟବହାର ହେଇନଥାଏ ଏବଂ ହଠାତ ଗିଜର ଚାଲୁ କରିବା ଫଳରେ ଏହା ଭିତରେ ଅନେକ ସମସ୍ୟା ଦେଖାଦେଇଥାଏ। ସେଥିପାଇଁ ବ୍ୟବହାର ପୁର୍ବରୁ ଗିଜରକୁ ଥରେ ସର୍ଭିସିଂ କରାଇବା ଉଚିତ। ଶୀତକାଳୀନ ସମୟରେ ଆପଣଙ୍କର ଗିଜରକୁ ସଜାଡ଼ିବା ଏକ ଛୋଟ କାମ ଯାହା ଆପଣଙ୍କୁ ଅନେକ ସାହାଯ୍ୟ  କରିଥାଏ। ମାତ୍ର ଛୋଟଛୋଟ ଅବହେଳା ଆପଣଙ୍କର ଅନେକ କ୍ଷତି କରିପାରେ। ତେବେ ଆସନ୍ତୁ ଜାଣିବା ଗିଜର ବ୍ୟବହାର ପୁର୍ବରୁ କଣ କରିବା ଉଚିତ୍?

ଆହୁରି ପଢନ୍ତୁ: Donald Trump jr: ବିବାହ ଉତ୍ସବରେ ସାମିଲ ହେବାକୁ ଆସି ତାଜମହଲ ବୁଲିଲେ ଜୁନିୟର ଟ୍ରମ୍ପ

ସର୍ଭିସିଂ କରନ୍ତୁ
ଅନେକ ଦିନ ଧରି ଗିଜର ବନ୍ଦ ହେବା ଫଳରେ ତା ଭିତରେ କଳଙ୍କି ଲାଗିଯାଇଥାଏ। ଫଳରେ ଯେତେବେଳେ ଆପଣ ଗିଜରକୁ ବ୍ୟବହାର କରିଥାଆନ୍ତି ତା ଭିତରୁ ମଇଳା ପାଣି ବାହାରି ଆପଣଙ୍କ ଚର୍ମକୁ କ୍ଷତି କରିଥାଏ। ଗିଜରରେ କଳଙ୍କୁ ଲାଗିବା ଫଳରେ ଏଥିରେ ପାଣି ଗରମ ହେବା ପାଇଁ ସମୟ ଲାଗିଥାଏ। ଫଳରେ ବିଦ୍ୟୁତ ଅଧିକ ମାତ୍ରାରେ ଖର୍ଚ୍ଚ ହୋଇଥାଏ।   

ସକେଟ୍ ଯାଞ୍ଚ କରନ୍ତୁ 
ଗିଜର ଏକ ବୈଦ୍ୟୁତିକ ସାମଗ୍ରୀ ଅଟେ, ଯାହା ବିଦ୍ୟୁତ ଦ୍ବାରା ପରିଚାଳିତ ହୋଇଥାଏ। ଗିଜରରେ ଲାଗିଥିବା ସକେଟ ମଧ୍ୟ ଦେଇ କରେଣ୍ଟ ଭିତରକୁ ଗଲେ ପାଣି ଗରମ ହୋଇଥାଏ। ଗିଜର ଲଗାଇବା ପୁର୍ବରୁ ଏହାର ସକେଟକୁ ଯାଞ୍ଚ କରିବା ନିହାତି ଦରକାର। ଯଦି ସକେଟର ତାର ପୁରୁଣା ବା ଖରାପ ହୋଇଥାଏ, ତେବେ କରେଣ୍ଟର ଝଟକା ଲାଗିବାର ଆଶଙ୍କା ଥାଏ। ତେଣୁ ଗିଜରକୁ ବ୍ୟବହାର କରିବା ପୁର୍ବରୁ କୌଣସି ଏକ ଇଲେକ୍ଟ୍ରିସିଆନକୁ ଡାକି ଏହାକୁ ଯାଞ୍ଚ କରିବା ଆବଶ୍ୟକ।

ଆହୁରି ପଢନ୍ତୁ: Bihar Cabinet Ministers: ମହାବିଜୟ ପରେ ମହିଳାଙ୍କୁ ମି​ଳିଲାନି ଗୁରୁତ୍ବ, ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ‌ ପାଇଲେ ମାତ୍ର ୩ ମହିଳା

ଲିକ୍ କୁ ଯାଞ୍ଚ କରନ୍ତୁ 
ବେଳେବେଳେ ଗିଜରରେ ଲିକେଜ ସମସ୍ୟା ଦେଖାଦେଇଥାଏ। ବହୁଦିନ ଧରି ଏହାର ବ୍ୟବହାର ହେଉଥିବାରୁ ପାଣି ଲିକେଜ ହେଉଥିବାର ଦେଖାଯାଇଥାଏ। ଗିଜର ଏକ ବୈଦୁତିକ ଉପକରଣ ହୋଇଥିବାରୁ ଏଥିରେ ପାଣି ସଂଯୋଗ ହେଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଦେଖାଦେଇଥାଏ।

ଗାଧୋଇବା ପୁର୍ବରୁ ଗିଜରକୁ ବନ୍ଦ କରନ୍ତୁ 
ଗାଧୋଇବା ବେଳେ ଗିଜରକୁ ବନ୍ଦ କରିବା ଉଚିତ୍ । ଗାଧୋଇବା ସମୟରେ ଗିଜର ଅନ୍ ରଖିବା ଦ୍ବାରା ଅଧିକ ବିଦ୍ଯୁତ ବିଲ ଉଠିବା ସହ କିଛି ତ୍ରୁଟି ଥିଲେ କରେଣ୍ଟ ମାରିବାର ସମ୍ଭାବନା ଦେଖାଦେଇଥାଏ । ଗାଧୋଇବାର ୧୦ ମିନିଟ୍ ଆଗରୁ ଗିଜରକୁ ମାରି ପାଣି ଗରମ ହେବା ପରେ ଏହାକୁ ପାଓ୍ବାର ପଏଣ୍ଟରୁ ବନ୍ଦ କରିବା ଉଚିତ୍। 

ଆହୁରି ପଢନ୍ତୁ: Ram Temple Flag Hoisting Ceremony: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ରାମ ମନ୍ଦିର ଶିଖରରେ ହେବ ପତାକା ଉତ୍ତୋଳନ

ବ୍ୟବହାର ପୁର୍ବରୁ ପାଣିକୁ ଯାଞ୍ଚ କରନ୍ତୁ 
ବେଳେବେଳେ ଗିଜର ଅଧିକ ସମୟ ଚାଲୁ ରଖିବା କାରଣରୁ ପାଣି ଅଧିକ ଗରମ ହୋଇଯାଇଥାଏ। ଏବଂ ଏହି ପାଣିକୁ ଆମେ ଯାଞ୍ଚ ନକରି ବ୍ୟବହାର କରିବା ଫଳରେ ,ଆମ ଶରୀରରେ ଫୋଟକା ହେବାର ସମ୍ଭାବନା ଦେଖାଦେଇଥାଏ। ତେଣୁ ଗରମ ହୋଇଥିବା ପାଣିକୁ ବ୍ୟବହାର କରିବା ପୁର୍ବରୁ ହାତମାରି ଥରେ ଯାଞ୍ଚ କରିବା ଆବଶ୍ୟକ।