ନୂଆଦିଲ୍ଲୀ: ନିଜର ବୟାନବାଜି ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପୁଣି ଏକ ବିବାଦୀୟ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତର କୋରିୟାର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗଙ୍କ ଭୂମିକା ନିଭାଉଛନ୍ତି। ମମତା କିମ୍ ଜୋଙ୍ଗଙ୍କ ଭଳି ଯିଏ ତାଙ୍କୁ ବିରୋଧ କରୁଛି,ତାଙ୍କୁ ମାରି ଦେଉଛନ୍ତି। କାହାରିକୁ ବିଜୟ ଶୋଭାଯାତ୍ରା ବାହାର କରିବାକୁ ଅନୁମତି ବି ଦେଉ ନାହାନ୍ତି। ଜନତା ତାଙ୍କର ଓଲଟା ଗଙ୍ଗାର ଶୋଭାଯାତ୍ରା ବାହାର କରିବେ ବୋଲି କହିଛନ୍ତି ଗିରିରାଜ ସିଂହ।
ଗିରିରାଜ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ ମମତା ଯେଉଁଭଳି ଢଙ୍ଗରେ ଶାସନ କରୁଛନ୍ତି,ସେଥିରୁ ପ୍ରତୀତ ହେଉଛି କି ତାଙ୍କର ସମ୍ବିଧାନ ଉପରେ ଭରସା ନାହିଁ। ବୋଧହୁଏ ସେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ମାନୁ ନାହାନ୍ତି। କିନ୍ତୁ ଲୋକେ ତାଙ୍କର ଓଲଟା ଗଣତି ଆରମ୍ଭ କରି ଦେଲେଣି।
ଏଠାରେ ସୂଚନାଯୋଗ୍ୟ ଯେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ବିଜେପିର ବିଜୟ ଶୋଭଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଏଭଳି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/pjimage__4__1.jpeg)