ଅପରିଷ୍କାର ପାଣିରୁ ବର୍ତ୍ତିବା ପାଇଁ ଯୁବତୀ ଧରି ପକାଇଲେ ବିଦ୍ୟୁତ ଖୁଣ୍ଟ, ଆଖି ପିଛୁଳାକେ ହେଲା ମୃତ୍ୟୁ

ସୁରଟ: ବର୍ଷା ଋତୁ ଆସିଗଲାଣି। ରାସ୍ତାଘାଟ ଆଦି ସ୍ଥାନମାନଙ୍କରେ କୁଢ଼କୁଢ଼ ଅଳିଆ ଆବର୍ଜନା ଓ ଅପରିଷ୍କାର ପାଣି ଜମି ଥିବା ଦେଖିବାକୁ ମିଳୁଛି। ଏପରି କ୍ଷେତ୍ରରେ ଲୋକମାନେ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ବର୍ଷା ସମୟରେ ରାସ୍ତା ପାର୍ଶ୍ୱରେ ଥିବା କୌଣସି ବିଦ୍ୟୁତ ଖୁଣ୍ଟକୁ ସ୍ପର୍ଶ କରିବାରୁ ଦୂରେଇ ରୁହନ୍ତୁ। କାରଣ, ନିକଟରେ ଜଣେ ଯୁବତୀ ଅପରିଷ୍କାର ପାଣିରୁ ବର୍ତ୍ତିବା ପାଇଁ ବିଦ୍ୟୁତ ଖୁଣ୍ଟକୁ ଧରି ପକାଇଥିଲେ। ଫଳରେ ଆଖି ପିଛୁଳାକେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

ଏମିତି ଏକ ହୃଦୟ ବିଦାରକ ଘଟଣା, ପୁଣାଗ୍ରାମର ନରେଓ୍ଵଦ ସୋସାଇଟିରେ ଘଟିଛି। ଏଠାରେ ବସବାସ କରୁଥିବା ୧୮ବର୍ଷୀୟ କାଜଲ ଚାଓ୍ଵଡା କୌଣସି ଏକ କାମରେ ତାଙ୍କ ସାଙ୍ଗ ସହିତ ଆସୁଥିଲେ। ଏହି ସମୟରେ ସୋସାଇଟି ରାସ୍ତାରେ ବର୍ଷା ପାଣି ଜମି ରହିଥିଲା। ଏହି କାରଣରୁ ସେ ସେହି ରାସ୍ତା ଦେଇ ନଯାଇ ବିଜୁଳି ଖୁଣ୍ଟକୁ ଧରି ରାସ୍ତାପାର ହୋଇଥିଲେ। ଏହି ସମୟରେ କାଜଲଙ୍କୁ ହଠାତ୍‌ କରେଣ୍ଟ ମାରିଥିଲା ସେ ଖୁଣ୍ଟରେ ହିଁ ଲାଖି ଯାଇଥିଲେ। କିଛି ସମୟ ପରେ କାଜଲଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର