ସୋର: ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ ଗ୍ରାମର ଜଣେ ନାବାଳିକାଙ୍କର ସାପକାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ଚନ୍ଦନ ସିଂଙ୍କ ବଡ ଝିଅ ରାଧା ସିଂ ଗତକାଲି ରାତିରେ ଖାଇପିଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ସାପ କାମୁଡିଥିବା ପରିବାର ଲୋକଙ୍କୁ କହିଥିଲେ।
ପରିବାର ଲୋକେ ବହୁ ଖୋଜାଖୋଜି ପରେ ସାପଟି ନମିଳିବାରୁ ସମସ୍ତେ ଶୋଇପଡିଥିଲେ। ଆଜି ସକାଳେ ରାଧା ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ୭୭/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/23/2204084e-4397-48fa-b4a9-a9dc38092ccd-2025-06-23-14-07-50.jpg)
