ବିନିକା: ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ଉଦ୍ଧାର ହେଲେ ନାବାଳିକା | ସୁବର୍ଣ୍ଣପୁରଜିଲ୍ଲା ବିନିକା ଅଞ୍ଚଳର ଜଣେ ନାବାଳିକା ପାଠ ପଢ଼ି ସାରି ଘରକୁ ଫେରିବା ବେଳେ ଜଣେ ନାବାଳକ ସେଠାରେ ପହଞ୍ଚି ନାବାଳିକା ଯୁବତୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା । ଫଳରେ ନାବାଳିକା ଯୁବତୀ ଲହୁଲୁହାଣ ହୋଇପଡ଼ିଥିଲେ । ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଯୁବତୀ ଜଣକ ସେଠାରୁ ଦୌଡ଼ି ଦୌଡ଼ି ବିନିକା ଥାନାକୁ ଯାଇ ପୋଲିସ ଆଗରେ ସବୁ କଥା କହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।ହେଲେ ମାଡ଼ ମାରିଥିବା ନାବାଳକ ସେଠାରୁ ଫେରାର ହୋଇଯାଇଥିଲା ।
ନାବାଳିକା ଜଣକ ମାନସିକ ଚାପରେ ପଡି ବେହୋସ୍ ହୋଇଯିବାରୁ ତତକ୍ଷଣାତ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା| ଏନେଇ ନାବାଳିକା ଲିଖିତ ଅଭିଯୋଗ ପରେ ବିନିକା ଥାନାରେ ଏକ ମାମାଳା ରୁଜୁକରି ନାବାଳକକୁ ଥାନାକୁ ଡ଼ାକି ତଦନ୍ତ ପରେ ନାବାଳକକୁ ନୋଟିସ ଜାରି କରି ବାପାଙ୍କ ସହ ଛାଡ଼ିଥିବା ବିନିକା ଥାନା ଏସଆଇ ନିରୁପମା ସ୍ବାଇଁ ସୂଚନା ଦେଇଛନ୍ତି | ତେବେ ଚାଇଲ୍ଡ ହେଲ୍ପ ଲାଇନ ଏବଂ ସଖୀର ସଦସ୍ୟମାନେ ବିନିକା ଥାନାକୁ ଆସି ଏବଂ ପରେ ନାବାଳିକା ଯୁବତୀର ଘରକୁ ଯାଇ ବୁଝି ନାବାଳିକାକୁ ନିଜ ପରିବାରର ପରାମର୍ଶରେ ତାଙ୍କଠୁ ଆଣି ଶିଶୁକଲ୍ୟାଣ ସମିତିରେ ଉପସ୍ଥାପନ କରିଥିଲେ | ଶିଶୁକଲ୍ୟାଣ ସମିତିର ହେମନ୍ତ ଶା ସଦସ୍ୟ ସଖୀରେ ରହିବାକୁ ଅନୁମତି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/20/9de8aa2b-0d98-4b2d-bbe4-6a6b320d80d9-2025-08-20-22-08-45.jpg)