ଜାଲ ଦସ୍ତାବିଜ ଦେଇଥିବା ରବୀନ୍ଦ୍ର ସାହୁଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର: କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ପ୍ରକ୍ରିୟାରେ ଗୋଟିଏ ପରେ ଗୋଟିଏ ଜାଲିଆତି ଘଟଣା ପଦାକୁ ଆସିବାରେ ଲାଗିଛି। ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ରବୀନ୍ଦ୍ର କୁମାର ସାହୁ ଦାଖଲ କରିଥିବା ଦସ୍ତାବିଜ ବି ଜାଲିଆତି ବୋଲି ଜଣାପଡ଼ିବା ଆଲୋଡନ ଖେଳି ଯାଇଥିଲା। ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇବା ପରେ ଅନିୟମିତତା ଘଟଣାରେ ଜାଲ ଦସ୍ତାବିଜ ଦେଇଥିବା ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ରବୀନ୍ଦ୍ର ସାହୁଙ୍କ ବିରୋଧରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି।

ତେବେ ଟେଣ୍ଡର ପାଇଁ ରବୀନ୍ଦ୍ର ଯେଉଁ ବାଲାନସ ସିଟ ଏବଂ ପ୍ରଫିଟ ଆଣ୍ଡ ଲସ ଷ୍ଟେମେଣ୍ଟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ନକଲି ବୋଲି ସ୍ପଷ୍ଟ ହୋଇଥିଲା।

What are the Rights of an Unpaid Seller? - iPleaders

ମିଳିଥିବା ସୂଚନା ଅନୁସାରେ, ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ରବୀନ୍ଦ୍ର କୁମାର ସାହୁ ଚାରୋଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ପାଇଁ ଆବେଦନ କରିଥିଲେ। ଏଥିରେ ରହିଛି ଠିକାରା ଠାରୁ ସାନ ମଶିଣା ବିଲା ପର୍ଯ୍ୟନ୍ତ ପ୍ୟାକେଜ ନଂ-ଓଆର-୧୭-୫୯୦, ଝାଲକଣି ଠାରୁ କିରାଙ୍ଗ ପର୍ଯ୍ୟନ୍ତ ପ୍ୟାକେଜ ନଂ-ଓଆର-୧୭-୬୪୪, ହାଟଡିହି ଠାରୁ ରୁଗୁଡ଼ି ସାହି ପର୍ଯ୍ୟନ୍ତ ପ୍ୟାକେଜ ନଂ-ଓଆର-୧୭-୬୪୨ ରାସ୍ତା କାମ। ଏହି ରାସ୍ତା କାମ ପାଇଁ ସେ ଯେଉଁ ବାଲାନ୍ସ ସିଟ ଦେଇଛନ୍ତି ତାହା ଜାଲ ଥିଲା। ସେହିପରି ଖାଲି ବାଲାନ୍ସ ସିଟ ନୁହେଁ, ପ୍ରିଫିଟ ଆଣ୍ଡ ଲସ ଷ୍ଟେଟମେଣ୍ଟ ମଧ୍ୟ ନକଲି ବୋଲି ଜଣାପଡ଼ିଥିଲା।

ଏଥିସହିତ ମିଳିଥିବା ସୂଚନା ଅନୁସାରେ, ରବୀନ୍ଦ୍ର କୁମାର ସାହୁଙ୍କ ବାଲାନସ ସିଟରେ ୨୦୧୮-୧୬ ମସିହା ପାଇଁ ୭କୋଟି ୯୮ଲକ୍ଷ ୨୫ହଜାର ୩୫୩ଟଙ୍କାର କାରବାର ହୋଇଥିବା ଦର୍ଶାଇଥିବା ବେଳେ ୨୦୧୬-୧୭ ମସିହାରେ ୧୫କୋଟି ୬୭ଲକ୍ଷ ୮୯ହଜାର ୬୪୦ଟଙ୍କା, ୨୦୧୭-୧୮ ମସିହାରେ ୧୬କୋଟି ୬୮ଲକ୍ଷ ୯୮ହଜାର ୬୮୦ଟଙ୍କା, ୨୦୧୮-୧୯ ମସିହାରେ ୧୪ କୋଟି ୫୦ଲକ୍ଷ ୮୭ହଜାର ୯୦୦ ଟଙ୍କା, ୨୦୧୯-୨୦ ମସିହାରେ ୧୬କୋଟି ୬୫ଲକ୍ଷ ୯୮ହଜାର ୬୮୦ଟଙ୍କା କାରବାର ହୋଇଥିବା ଦର୍ଶାଯାଇଛି।

ଏହି ବାଲାନସ ସିଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ସାମଲ ଆସୋସିଏଟ ପକ୍ଷରୁ ପ୍ରସ୍ତୁତ ହୋଇଥିଲେ ହେଁ ବାସ୍ତବରେ ଏହା ଏକ ଜାଲ ବାଲାନସ ସିଟ ବୋଲି ସ୍ପଷ୍ଟ କରିଛନ୍ତି ସାମଲ ଆସୋସିଏଟର ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରଦୀପ ଜେନା। ସେହିପରି ଟେଣ୍ଡର ପାଇଁ ହୋଇଥିବା ଆବେଦନରେ ଯେଉଁ ପ୍ରଫିଟ ଆଣ୍ଡ ଲସ ଷ୍ଟେଟମେଣ୍ଟ ଦାଖଲ ହୋଇଛି ତାହା ମଧ୍ୟ ଜାଲ ବୋଲି ଜଣାପଡ଼ିଥିଲା।

 

ସମ୍ବନ୍ଧିତ ଖବର