ଚଳିତବର୍ଷ ‘ଅକ୍ସଫୋର୍ଡ ଡିକ୍ସିନାରି’ରେ ସ୍ଥାନ ପାଇଲା ‘ଗୋବ୍‌ଲିନ୍‌‌ ମୋଡ୍‌’; ଜାଣନ୍ତୁ ଏହାର ଅର୍ଥ

ନୂଆଦିଲ୍ଳୀ: ପ୍ରତିବର୍ଷ ‘ଅକ୍ସଫୋର୍ଡ ଡିକ୍ସିନାରି(ଅଭିଧାନ)’ରେ କିଛି ନା କିଛି ଶବ୍ଦ, କଥିତ ଶବ୍ଦ, ବ୍ୟାକ୍ୟାଂଶ ଆଦି ଯୋଡ଼ି ହୋଇଥାଏ। ଗତ କିଛି ବର୍ଷ ମଧ୍ୟରେ ଅନେକ ଭାରତୀୟ ଶବ୍ଦ ‘ଅକ୍ସଫୋର୍ଡ’ ଡିକ୍ସିନାରି’ରେ ସ୍ଥାନ ପାଇସାରିଛି। ଏ ବର୍ଷ ମଧ୍ୟ ଏକ ନୂଆ ଟର୍ମ ଯୋଡ଼ି ହୋଇଛି ଅକ୍ସଫୋର୍ଡ ଡିକ୍ସିନାରିରେ। ତାହା ହେଉଛି ‘ଗୋବ୍‌ଲିନ୍‌‌ ମୋଡ୍‌’।

ଇତିହାସରେ ଏଥର ପ୍ରଥମ ଥର ହୋଇଛି, ସର୍ବସାଧାରଣଙ୍କ ମତଦାନକୁ ଆଧାର କରି ଏହି ନୂଆ ଟର୍ମକୁ ଅଭିଧାନରେ ସ୍ଥାନ ଦିଆଯାଇଛି। ୨ ସପ୍ତାହରୁ ଅଧିକ ସମୟ ଧରି ୩ ଲକ୍ଷ ଲୋକ ମତଦାନ କରିଥିବା ସୂଚନା ରହିଛି।

‘ଗୋବ୍‌ଲିନ୍‌‌ ମୋଡ୍‌’ର ଅର୍ଥ ହେଉଛି ଆତ୍ମକେନ୍ଦ୍ରିକ, ଅଳସୁଆ, ଲୋଭୀ, ସମାଜର କଲ୍ୟାଣକୁ ସନ୍ତୁଷ୍ଟ ନକରିପାରୁଥିବା ବ୍ୟକ୍ତି। ୨୦୨୨ ମସିହା ଫେବ୍ରୁଆରି ମାସରେୀ ଏହି ଟର୍ମଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏକ ଗବେଷକ ଦଳ ୩ଟି ଶବ୍ଦ ମେଟାଭର୍ସ, ଆଇଷ୍ଟାଣ୍ଡ୍‌ଇଇଥ୍‌ ଓ ଗୋବ୍‌ଲିନ୍‌‌ ମୋଡ୍‌ର ତାଲିକା ବନାଇ ମତ ମାଗିଥିଲେ। ଯେଉଁଥିରେ ଗୋବ୍‌ଲିନ୍‌‌ ମୋଡ୍‌କୁ ବହୁ ଭୋଟ୍‌ ମିଳିଥିଲା।

ଦୀର୍ଘ ୭୭ ବର୍ଷ ତଳୁ ଛପା ଯାଉଥିବା ଏହି ଅଭିଧାନ ପ୍ରଥମେ ୧୯୪୨ ମସିହାରେ ଜାପାନରେ ଛପା ଯାଇଥିଲା। ୧୯୪୮ ମସିହାରେ ଏହା ପ୍ରଥମ କରି ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍‌ରୁ ପ୍ରକାଶ ପାଇଥିଲା।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ପୂର୍ବରୁ  ଏହି ଡିକ୍ସିନାରିରେ ଭାରତୀୟ ଶବ୍ଦ ‘ଆବା’, ‘ଆନ୍ନା’ ସ୍ଥାନ ପାଇଥିବା ବେଳେ ୨୦୧୮ ମସିହାରେ ‘ଗୁଲାବ ଜାମୁନ୍‌, ‘ଦାଦାଗିରି’, ‘ଅଚ୍ଛା’, ‘ବାପୁ’, ‘ସୂର୍ଯ୍ୟ ନମସ୍କାର’ ସମେତ ସବୁଦାୟ ୭୦ଟି ଭାରତୀୟ ଇଂରାଜୀ ଶବ୍ଦ ସ୍ଥାନ ପାଇଥିଲା। ୨୦୧୯ ମସିହାରେ ଏହି ଡିକ୍ସିନାରିରେ ‘କ୍ଲାଇମେଟ୍‌ ଏମ୍‌ର୍ଜେନ୍ସି‘, ‘କ୍ଲାଇମେଟ୍‌ କ୍ର‌ାଇସେସ୍‌’, ‘କ୍ଲାଇମେଟ୍‌ ଆକ୍ସନ’, ‘କ୍ଲାଇମେଟ୍‌ ଡିନାଏଲ୍‌’, ‘ଇକୋ ଅଙ୍କ୍‌ଜାଇଟି’, ‘ଏକ୍ଟିନ୍‌ସନ୍‌’ ଆଦି ଭାରତୀୟ ଇଂରାଜୀ ଶବ୍ଦ ସ୍ଥାନ ପାଇଥିଲା। ୨୦୨୦ ମସିହାରେ ଏହି ଡିକ୍ସିନାରିରେ ୨୬ଟି ଭାରତୀୟ ଇଂରାଜୀ ଶବ୍ଦ  ‘ଆଣ୍ଟି, ‘ବସ୍ ଷ୍ଟାଣ୍ଡ୍‌’, ‘ଡିମ୍‌ଡ ୟୁନିଭରସିଟି’, ‘ଏଫ୍‌ଆଇଆର୍‌’, ‘ନନ୍‌-ଭେଜ୍‌’, ‘ରେଡ୍‌ରେସାଲ୍‌’, ‘ଟେମ୍ପୋ’, ‘ଟିଉବ୍‌ ଲାଇଟ୍‌’, ‘ଭେଜ୍‌’, ‘ଭିଡିଓଗ୍ରାଫିକ୍’, ‘ଡବା’, ‘ଆଧାର’ , ‘ଚାୱଲ୍‌’, ‘ହର୍‌ତାଲ୍‌’, ‘ଶାଦୀ’ ଇତ୍ୟାଦି ସ୍ଥାନ ପାଇଥିଲା। ୨୦୨୧ ମସିହାରେ ସ୍ଥାନ ପାଇଥିଲା ‘ଭ୍ୟାକ୍ସ’।

ସମ୍ବନ୍ଧିତ ଖବର