ସୁନା ଚେନ ଝାମ୍ପିନେଇ ପଳାଉଥିଲା, ଧରିପକାଇ ଛେଚିଲେ ଲୋକେ

 ଭଦ୍ରକ :  ସ୍ଥାନୀୟ ବନ୍ତ ଛକ ନିକଟରେ ଜଣେ ଯୁବତୀ ପରିବା କିଣୁଥିବା ବେଳେ ଏକ ଲୁଟେରା ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଦୌଡ଼ି ପଳାଉଥିଲା । ମାତ୍ର ସ୍ଥାନୀୟ ଲୋକେ ତାକୁ ଧରି ପ୍ରବଳ ମାଡ଼ ଦେଇଥିବା ଜଣାପଡ଼ିଛି ।
ତେବେ ମଜାକଥା ହେଉଛି ଚୋର ଜଣକ ସୁନା ଚେନକୁ ନିଜ ହାତରେ ଲୁଚାଇ ଦେଇ ଚୋର ପଳାଇଗଲାଣି ବୋଲି ଲୋକଙ୍କୁ  ଠକିବାକୁ ଚେଷ୍ଟା କରିଥିଲା । କିନ୍ତୁ ଲୋକେ ଯାଞ୍ଚ କରିବା ବେଳେ ତା ହାତରୁ ସୁନା ଚେନ ମିଳିଥିଲା । ଏହା ଦେଖି ଲୋକେ ତାକୁ ଭଲକରି ଉତ୍ତମ ମଧ୍ୟମ ଦେଇଥିଲେ ।  ଶେଷ ରେ ସାଳନ୍ଦୀ ଫାଣ୍ଡି କର୍ମଚାରୀମାନେ ଲୁଟେରାକୁ ଉଦ୍ଧାର କରିଥିଲେ ।
ସମ୍ବନ୍ଧିତ ଖବର