ଲକ୍ଷ୍ମୀପୁର:.ଲକ୍ଷ୍ମୀପୁର ବ୍ଲକ ବିରିଗୁଡା ଗାଁ ରାସ୍ତାରେ ଜଣେ ମହିଳାଙ୍କ କାନ ଓ ନାକର ସୁନା ଗହଣାକୁ ଦୁର୍ବୃତ୍ତମାନେ ଝାମ୍ପି ନେଇ ଯାଇଛନ୍ତି। ଭାଲୁଯୋଡି ଗାଁର ଆଦିବାସୀ ମହିଳାଙ୍କ କାନ ଓ ନାକରୁ ପ୍ରାୟ ଦେଢ଼ ଭରିରୁ ଅଧିକ ସୁନା ଅଳଙ୍କାର ଲୁଟ୍ ହୋଇଛି।
ଲକ୍ଷ୍ମୀପୁର ବ୍ଲକ ବିରିଗୁଡା ଗାଁ ନିକଟ ରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଭାଲୁଯୋଡି ଗାଁର ନୀଲାଇ କୁଲେସିକା ନିଜ ଝିଅ ଘର ବିରୀଗୁଡା ଗାଁକୁ ଚାଲି ଚାଲି ଆସୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ କାନ ଓ ନାକର ସୁନା ଗହଣାକୁ ଝାମ୍ପି ନେଇ ଯାଇଛନ୍ତି। .ଖବର ପାଇଁ ଗ୍ରାମବାସୀ ଆସି ଆଦିବାସୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଙ୍କ କାନ ଓ ନାକରୁ ରକ୍ତ ବାହାରୁ ଥିବାରୁ ସ୍ଥାନୀୟ ଚିକିତ୍ସାଳୟରେ ତାଙ୍କୁ ଭର୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/02/S6Lkxnrv3TyN3k4N4rjL.jpg)