ବେଜିଂ: ସୁନାର ଆକାଶଛୁଆଁ ମୂଲ୍ୟକୁ ନିଜ ପାଇଁ ସୁବର୍ଣ୍ଣ ସୁଯୋଗରେ ପରିଣତ କରିଛନ୍ତି ଚୀନ୍‌ର ଲୋକେ। ସାଂଘାଇର ଏକ ମଲ୍‌ରେ ସ୍ୱୟଂଚାଳିତ ସୁନା ପୁନଃଚକ୍ରଣ ଏଟିଏମ୍ ମେସିନ୍ ସ୍ଥାପିତ ହୋଇଛି। ଏଥିରେ ସୁନା ବିକ୍ରି କରି ଲୋକେ ଓଜନ ଓ ଶୁଦ୍ଧତା ଅନୁସାରେ ନଗଦ ପାଇଛନ୍ତି। ଏହି ମେସିନ୍ ପାଖରେ ଶହ ଶହ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି।

Advertisment

୧୦ ଦିନ ପୂର୍ବେ ସୁନାର ମୂଲ୍ୟ ସର୍ବାଧିକ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଏପରି ପରିସ୍ଥିତିରେ, ଚୀନ୍‌ର ଲୋକମାନେ ପୂର୍ବପୁରୁଷଙ୍କ ସୁନାକୁ ନଗଦରେ ପରିଣତ କରିବାରେ ବ୍ୟସ୍ତ ଅଛନ୍ତି। ଚୀନ୍‌ର ଲୋକମାନେ ବିଶ୍ୱରେ ସର୍ବାଧିକ ସୁନା କିଣିଥାନ୍ତି। ଭାରତ ପରି, ସେମାନେ ପାରମ୍ପରିକ ଭାବରେ ପରିବାରରେ ସନ୍ତାନଙ୍କ ଜନ୍ମ ଓ ବିବାହ ଭଳି ବିଶେଷ ଅବସରରେ ମଧ୍ୟ ସୁନା କିଣିଥାନ୍ତି।

 ଜାନୁଆରି ୨୯ ତାରିଖରେ, ସୁନା ମୂଲ୍ୟ ପ୍ରାୟ ୫,୬୦୦ ଡଲାରର ନୂତନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। କିଙ୍ଗହୁଡ୍ ଗ୍ରୁପ୍ ନାମକ ଏକ ସୁନା ବାଣିଜ୍ୟ ସଂସ୍ଥା ପକ୍ଷରୁ ସାଂଘାଇର ଏକ ମଲ୍‌ରେ ଏହି ଏଟିଏମ୍ ପରି ମେସିନ୍ ସ୍ଥାପନ କରାଯାଇଛି। ସେଠାରେ ଲୋକେ ସେମାନଙ୍କର ସୁନା ବିକ୍ରି କରୁଛନ୍ତି।