ସପ୍ତାହକ ମଧ୍ୟରେ ସୁନା ୪୫୦ ଟଙ୍କା ଓ  ରୁପା ୧୦୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ଗତ ଏକସପ୍ତାହ ହେଲା ଉଭୟ ସୁନା ଓ ରୁପା ଦର ହ୍ରାସ ପାଇଚାଲିଛି ।  ଗତ ସପ୍ତାହ ତୁଳନାରେ ଦିଲ୍ଲୀର ବୁଲିୟନ ବଜାରରେ ସୁନାଦର ୪୫୦ ଟଙ୍କା ହ୍ରାସ ପାଇଥିବାବେଳେ ରୁପାଦର ୧୦୦୦ ଟଙ୍କା ହ୍ରାସ ପାଇଛି ।

ମିଳିଥିବା ସୂଚନା ମୁତାବକ ଭାରତୀୟ ବଜାରରେ ସୁନା ଗତ ୧ ସପ୍ତାହ ମଧ୍ୟରେ ୧୦ ଗ୍ରାମ ପିଛା ୪୫୦ ଟଙ୍କା ହ୍ରାସ ପାଇ ୩୦,୨୫୦ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀର  ବୁଲିୟନ ମାର୍କେଟରେ ଆଜି ସୁନାଦର ୧୦ ଗ୍ରାମ ପିଛା ୯୦ ଟଙ୍କା ହ୍ରାସ  ପାଇ ୩୦,୨୫୦ ଟଙ୍କାରେ ପହଞ୍ଚିଛି । ଗତ ୧୧ ତାରିଖରେ ସୁନାଦର  ୩୦,୭୦୦ ଟଙ୍କା ଥିଲା ।

ରୁପାଦର ମଧ୍ୟ ହ୍ରାସ ପାଇଛି । ରୁପା କିଲୋଗ୍ରାମ ପିଛା ୧୦୦୦ ଟଙ୍କା ହ୍ରାସ ପାଇ ୩୮୦୦୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ରୁପା କ୍ରୟ ହ୍ରାସ ଯୋଗୁଁ ଏହା ହୋଇଛି ।  ଭାରତୀୟ ବଜାରରେ  ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୯୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୦,୨୫୦ ଓ ୩୦,୧୦୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଡଲାର ସୁଦୃଢ ହେଉଥିବାରୁ ସୁନାଦର ହ୍ରାସ ପାଇଚାଲିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର