ପାରାଦୀପ: ପାରାଦୀପ ପୁରୁଣା ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୪ ଟି ଖାଲି ବଗି ଲାଇନଚ୍ୟୁତ ହୋଇଛି। ପାରାଦୀପ ବନ୍ଦରରୁ ଆସି ପୁରୁଣା ଷ୍ଟେସନରେ ରଖାଯାଉଥିବା ବେଳେ ଏହି ଟ୍ରେନ ବଗି ଲାଇନଚ୍ୟୁତ ହୋଇଥିଲା। ମାତ୍ର ସୌଭାଗ୍ୟବଶତଃ ବିଦ୍ୟୁତ୍ ଖୁଣ୍ଟରେ ମାଡ଼ ହେବା ପୂର୍ବରୁ ଏହା ଅଟକି ଯାଇଥିଲା। ଟ୍ରେନ୍ ଟ୍ରାକ୍ ଉପରେ କୋଇଲା ଗଦା ହୋଇ ରହିଥିବାରୁ ବର୍ଷା ଯୋଗୁଁ କୋଇଲା ଗୁଡ଼ିକ ରହିହୋଇଯାଇ ଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।
ପାରାଦୀପ ପୁରୁଣା ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୪ ଟି ଖାଲି ବଗି ଲାଇନଚ୍ୟୁତ ହୋଇଛି। ପାରାଦୀପ ବନ୍ଦରରୁ ଆସି ପୁରୁଣା ଷ୍ଟେସନରେ ରଖାଯାଉଥିବା ବେଳେ ଏହି ଟ୍ରେନ ବଗି ଲାଇନଚ୍ୟୁତ ହୋଇଥିଲା। ମାତ୍ର ସୌଭାଗ୍ୟବଶତଃ ବିଦ୍ୟୁତ୍ ଖୁଣ୍ଟରେ ମାଡ଼ ହେବା ପୂର୍ବରୁ ଏହା ଅଟକି ଯାଇଥିଲା। ଟ୍ରେନ୍ ଟ୍ରାକ୍ ଉପରେ କୋଇଲା ଗଦା ହୋଇ ରହିଥିବାରୁ ବର୍ଷା ଯୋଗୁଁ କୋଇଲା ଗୁଡ଼ିକ ରହିହୋଇଯାଇ ଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।
ଗତ ଦୁଇଦିନ ତଳେ ମଧ୍ୟ ଏହି ରେଲୱେ ଟ୍ରାକ୍ ରେ ଗୋଟିଏ ଟ୍ରେନ୍ ର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଏହି ଟ୍ରାକ୍ କୁ ସଫାକରିବା ପର୍ଯ୍ୟନ୍ତ ଏହି ଟ୍ରାକ୍ ରେ ଟ୍ରେନ୍ ନଛାଡିବା ପାଇଁ ପୂର୍ବରୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ତେବେ ଘଟଣାକୁ ଦିର୍ଘ ୨ ଘଣ୍ଟା ବିତିଥିଲେ ମଧ୍ୟ କୈାଣସି ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/14/3zSZjwph86gWRnPrhR4K.jpg)