ଭୁବନେଶ୍ୱର: ବାତ୍ୟା ଫନି ପରେ ବିଦ୍ୟୁତ୍ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଲାଇସେନ୍ସପ୍ରାପ୍ତ ଏଚଟି ବିଦ୍ୟୁତ୍ କଂଟ୍ରାକ୍ଟରମାନଙ୍କୁ ନୋଟିସ୍ କରାଯାଇଛି । ଆସନ୍ତା ୧୦ ତାରିଖ ସକାଳ ୧୦ଟା ସୁଦ୍ଧା ପ୍ରମୁଖ ବିଦ୍ୟୁତ୍ ଯନ୍ତ୍ରୀ, ଭୁବନେଶ୍ୱରଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେମାନେ ତାଙ୍କ ଅଧିନସ୍ତ ସମସ୍ତ କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ ଶ୍ରମିକ ତଥା ସୁପରଭାଇଜର ଏବଂ ଯନ୍ତ୍ରପାତି ସହିତ ପୁନରୁଦ୍ଧାର କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ କରିବାରେ ବିଫଳ ହେଲେ ସେମାନଙ୍କ କଂଟ୍ରାକ୍ଟର ଲାଇସେନ୍ସ ଇଏଲବିଓ ନିୟମର ଧାରା ଅନୁସାରେ ରଦ୍ଦ ହୋଇଗଲା ବୋଲି ବିବେଚନା କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।