ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ତେବେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆଜି ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଏହା ଫେବ୍ରୁଆରି ୨୪ ଯାଏଁ ଚାଲିବ। ଫେବ୍ରୁଆରି ୨୦ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ତେବେ ରାଜ୍ୟପାଳ ଆଜି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟକୁ ୧.୮ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ।

Advertisment

ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ କମାଇବା, ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା, ଆୟୁ ସୀମାକୁ ୮୦ରୁ ଅଧିକ କରିବା ପାଇଁ ଟାର୍ଗେଟ ରଖାଯାଇଛି । ସେହିପରି ସୁଭଦ୍ରା ଶକ୍ତି ମେଳା ୨୦୨୫ରେ ୮.୮୯ କୋଟି ଟଙ୍କା ରୋଜଗାର ହୋଇଥିବା ବେଳେ ୯୧୮ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ସେହିଭଳି ନଭେମ୍ବର ୨୦୨୫ରେ ଏହାର ଦ୍ଵିତୀୟ ସଂସ୍କରଣରେ ୧୨ କୋଟି ଟଙ୍କା ରୋଜଗାର ହୋଇଥିବାବେଳେ ୩୨୮ ଲକ୍ଷପତି ଦିଦି ଓ ୧୦ ଜଣ ମହାଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।

ରାଜ୍ୟପାଳ କହିଛନ୍ତି ଯେ ମୋ ସରକାର, ପୂର୍ବ ସମସ୍ତ ରେକର୍ଡକୁ ଅତିକ୍ରମ କରି, ୨୦୨୪-୨୫ରେ ୧୫୦.୪୮ ଲକ୍ଷ ମେଟ୍ରିକ୍ ଟନ୍‌ ଫସଲ ଉତ୍ପାଦନ ହାସଲ କରିଛି, ଯାହାକି ୨୦୦୦-୦୧ରେ ରେକର୍ଡ ହୋଇଥିବା ୫୫.୩୫ ଲକ୍ଷ ମେଟ୍ରିକ୍ ଟନ୍ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ । ସେହିପରି ବାହ୍ୟ ମଳମୁକ୍ତ ତ୍ୟାଗ ପାଇଁ ୭୪୩ରୁ ଅଧିକ ଗୋଷ୍ଠୀ ଶୌଚାଳୟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି | ୨୦୨୫-୨୬ ଆର୍ଥିକ ବର୍ଷର ଡିସେମ୍ବର ୨୦୧୫ ସୁଦ୍ଧା ୯୬% ଗ୍ରାମକୁ ଓଡ଼ିଏଫ ପ୍ଲସ ଏବଂ ୪୪୮୬୨ ରୁ ଅଧିକ ଗ୍ରାମକୁ ଆଦର୍ଶ ଗ୍ରାମ ଘୋଷଣା କରାଯାଇଛି |

ସେହିପରି ୨୦୭ଟି ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୬ଟି ସମ୍ପୂର୍ଣ୍ଣ ହୋଇଛି, ୧୮୧ ଟି ନିର୍ମାଣଧୀନ ରହିଛି, ଅନ୍ୟ ୧୬ଟି ମେଗା ପାନୀୟ ଜଳ ପ୍ରକଳ୍ପ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି | ଏପର୍ଯ୍ୟନ୍ତ ପ୍ରାୟ ୩.୧୨ ଲକ୍ଷ ହିତାଧିକାରୀଙ୍କ ଇ-କେୱାସି ଅର୍ଥାତ ପ୍ରାୟ ୯୬% ସଫଳତାର ସହ ସମାପ୍ତ ହୋଇଛି | ନୂତନ ରାସନ କାର୍ଡ ପାଇଁ ରାଜ୍ୟରେ ୧୫ ଲକ୍ଷ ଆବେଦନ ଗ୍ରହଣ କରାଯାଇଛି | ଏପର୍ଯ୍ୟନ୍ତ ୩.୨୩ ଲକ୍ଷ ଯୋଗ୍ୟ ପରିବାରର ୬.୪୦ ଲକ୍ଷ ନୂତନ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି | ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ତ୍ୱରିତ ସମାଧାନ କରାଯାଇଛି। ୧ ଜୁନ୍ ୨୦୨୪ରୁ ୧୫ ଡିସେମ୍ବର ୨୦୨୫ ମଧ୍ୟରେ ୧୩୩୫୮ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୧୨୫୯୨ଟିର ସମାଧାନ କରାଯାଇଛି। ଯାହା କି ୯୪% ।

99ce107c-6bac-4292-8bb4-5c01c5ccd018

ସମ୍ବଲପୁରରେ ଗୋଟିଏ ଅଭିଯୋଗ ଶୁଣାଣି ସମେତ ୧୫ ଡିସେମ୍ବର ୨୦୨୫ ସୁଦ୍ଧା ୧୫ଟି ଅଭିଯୋଗ ଶୁଣାଣି ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ୧ ଲକ୍ଷ ୮୮ ହଜାର ପକ୍କା ଘର ନିର୍ମାଣ କରିଛନ୍ତି ରାଜ୍ୟ ସରକାର | ସେହିପରି ଅନ୍ତଦୋୟ ଗୃହ ଯୋଜନାରେ ୩୩ ହଜାର ୯ଟି ପକ୍କା ଘର ନିର୍ମାଣ ହୋଇଛି | ରାଜ୍ୟପାଳ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟ ମାସିକ ୧.୮୮ ଲକ୍ଷ ମେଟ୍ରିକ ଟନ ଚାଉଳ କେନ୍ଦ୍ରରୁ ପାଉଛି | ରାଜ୍ୟର ୧୧୭୨୫ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ୨.୯୧ ଲକ୍ଷ ପ୍ରାଥମିକ ପରିବାର ହିତାଧିକାରୀ, ୧୨.୩୬ ଲକ୍ଷ ପରିବାରକୁ ଅନ୍ତୋଦୟ ଯୋଜନାରେ ବଣ୍ଟନ କରାଯାଉଛି |

ଏହା ବାଦ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୧.୧୫ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରି ୫ କିଲୋଗ୍ରାମ ଚାଉଳ ପ୍ରଦାନ କରୁଛନ୍ତି | ପିଏମ କିସାନ ଓ ସିଏମ କିସାନ ମାଧ୍ୟମରେ ପ୍ରତିବର୍ଷ ତିନୋଟି ସମାନ କିସ୍ତିରେ ୬୦୦୦ ଟଙ୍କା ହସ୍ତାନ୍ତର କରାଯାଉଛି | ୧୯ ନଭେମ୍ବର ୨୦୨୫ରେ ପ୍ରଦାନ କରାଯାଇଥିବା ୨୧ ତମ କିସ୍ତିରେ ୩୪.୧୩ ଲକ୍ଷ ହିତାଧିକାରୀ ସହାୟତା ପାଇଥିବାବେଳେ ସିଏମ କିସାନରେ ୨୯୯୧ କୋଟି ଟଙ୍କାରୁ ଅଧିକ ଋଣ ବଣ୍ଟନ କରାଯାଇଛି | ଫଳରେ ୩୨୩୬ ଜଣ PVTG ଚାଷୀ ଏବଂ ୩୧୬୯୫ ଜଣ ସହରାଞ୍ଚଳ ଚାଷୀ ସମେତ ୫୧.୫୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି |