ତବଲିଗି ଜମାତରେ ଯୋଗ ଦେଇଥିବା ୯୬୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କଲା ଗୃହମନ୍ତ୍ରାଳୟ, ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗି ଜମାତ ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ୯୬୦ ଜଣ ବିଦେଶୀଙ୍କୁ କଳା ତାଲିକାଭୁକ୍ତ କରିଛି ଭାରତୀୟ ଗୃହମନ୍ତ୍ରାଳୟ । ଏହା ସହିତ ସେମାନଙ୍କ ଭିସାକୁ ରଦ୍ଦ କରାଯାଇଛି । ଏହି ଲୋକମାନେ ପର୍ଯ୍ୟଟକ ଭିସା ନେଇ ଭାରତକୁ ଆସିଥିଲେ ମଧ୍ୟ ଧର୍ମପ୍ରଚାର କାର୍ଯ୍ୟରେ ଲିପ୍ତ ଥିଲେ । ସାଧାରଣତଃ ପର୍ଯ୍ୟଟକ ଭିସାନେଇ ଆସୁଥିବା ଲୋକମାନେ ଭାରତରେ ବିଭିନ୍ନ ସ୍ଥାନରେଭ୍ରମଣ କରିପାରିବେ, ନିଜର ବନ୍ଧୁପରିଜନଙ୍କୁ ଭେଟିପାରିବେ । ତେବେ ସେମାନେ ଧର୍ମପ୍ରଚାର, ଚାକିରି,ସାମାଜିକ କାର୍ଯ୍ୟ ଆଦି କାର୍ଯ୍ୟ କରିପାରିବେ ନାହିଁ ।
ଏହି ୯୬୦ ଜଣ ବିଦେଶୀଙ୍କୁ ବିଦେଶୀ ଅଧିନିୟମ ୧୯୪୬ ଓ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଉଲ୍ଲ^ନ ଅଭିଯୋଗରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ଆଜି କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଥିଲେ ଯେ ତବଲିଗି ଜମାତ ସହ ସମ୍ପର୍କିତ ପ୍ରାୟ ୯ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ବିଦେଶୀ । ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବାବେଳେ ରକ୍ତ ନମୁନା ସଂଗ୍ରହ କରାଯାଇଛି ।

ସମ୍ବନ୍ଧିତ ଖବର