ପୁରୀ: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହର ହେଲା ଜିପିଆରଏସ ଲେଜର ସ୍କାନିଂସର୍ଭେ। ପରେ ପରେ ଆରମ୍ଭ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁର୍ପାଶ୍ୱର ଭୁତଳ ଜିପିଆରଏସ ଲେଜର ସ୍କାନିଂ ସର୍ବେକ୍ଷଣ। ଆଜି ଏଏସଆଇ ପୁରୀ ସରର୍କଲର ଅଧିକ୍ଷକ ଡିବି ଗଡନାୟକ ଓ ଡେପୁଟି ଇଂଜିନିଅର ଡକ୍ଟର ଚିତ୍ତରଞ୍ଜନ ଦାଶଙ୍କ ନେତୃତ୍ୱରେ ହାଇଦ୍ରାବାଦର ଏନଜିଆରଆଇ (national geographical reaserch institute) ର ୩ଜଣିଆ ବୈଜ୍ଞାନିକ ଟିମ ଆରମ୍ଭ କରିଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚତୁର୍ପାଶ୍ୱର ଜିପିଆରଏସ ଲେଜର ସ୍କାନିଂ ଦ୍ୱାରା ଭୁତଳ ସର୍ବେକ୍ଷଣ।

Advertisment

 ଡ଼କ୍ଟର ଏ କେ ପାଣ୍ଡେ ସିନିୟର ସାଇଣ୍ଟିଷ୍ଟ ସମେତ ବୈଜ୍ଞାନିକ ନୀଲେଶ କୁମାର ଜୈସ୍ଵାରା ଓ ବୈଜ୍ଞାନିକ ସତୀଶ ଚନ୍ଦ୍ର ବର୍ମା ପ୍ରମୁଖ ୩ଜଣିଆ ଟିମ କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁର୍ପାଶ୍ୱରେ ଘଣ୍ଟା ଘଣ୍ଟା ଧରି ଜିପିଆରଏସ ଲେଜର ସ୍କାନିଂ ମେସିନ ମାଧ୍ୟମରେ ଭୂମି ତଳକୁ ୧୦ ମିଟର ପର୍ଯ୍ୟନ୍ତ ଅନୁଧ୍ୟାନ କରି ମାଟି ତଳେ କିଛି ଭଗ୍ନ ମନ୍ଦିର କି କୌଣସି ନିର୍ମାଣ ସୌଧ ରହିଥିବାକୁ ନେଇ ଟିକିନିଖି ଅନୁଧ୍ୟାନ କରି ଭୁତଳ ସର୍ବେକ୍ଷଣ ପ୍ରକ୍ରିୟା କରିଥିଲେ ।

ଅତ୍ୟାଧୁନିକ ଜିପିଆରଏସ ଲେଜର ସ୍କାନିଂ ରିପୋର୍ଟ ମିଳିବା ପରେ ସୂର୍ଯ୍ୟମନ୍ଦିର ଚତୁର୍ପାଶ୍ୱର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏଏସଆଇ ପକ୍ଷରୁ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଏଏସଆଇ ଅଧିକାରୀ ଶ୍ରୀ ଗଡନାୟକ ପ୍ରକାଶ କରିଥିଲେ ।