କୋଇଡା: ପଥୁରିଆ ଖଣି ମାଟି ସହିତ ଧୁଳିଧୁସର ଅଞ୍ଚଳରେ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର` ଏମିତିକି କିଲୋ, ଦୁଇ କିଲୋ ନୁହେଁ, ବରଂ ୫୦ ରୁ ଊର୍ଦ୍ଧ୍ଵ ପେନ୍ଥାରେ ଫଳିଛି ୨୦ ରୁ ୨୫ କିଲୋ ଅଙ୍ଗୁର । ଆଉ ଏ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କୋଇଡା ଅଞ୍ଚଳର ରବି ପାତ୍ର ।
ଦୁଇ ବର୍ଷ ପୁର୍ବେ ନିଜ ବଡ଼ ଭାଇ ଗୌରୀଶଙ୍କର ପାତ୍ରଙ୍କ ସହିତ ଶରୀର ଅସ୍ତ୍ରୋପଚାର ନିମନ୍ତେ କଟକ ବଡ଼ ମେଡିକାଲକୁ ଯାଇଥିଲେ ରବି । ସେଠାରେ ପ୍ରଥମ ଥର ପାଇଁ କାନ୍ଥ କଡରେ ଦେଖିଥିଲେ ଅଙ୍ଗୁର ଫଳିଥିବା ଗଛ । ଆଉ ଦେଖି ବଡ଼ ଭାଇ ରବିଙ୍କୁ କହିଥିଲେ ଯଦି ଏତେ ଗରମ ଜଳବାୟୁ ପରିବେଶରେ ଅଙ୍ଗୁର ଫଳି ପାରୁଛି ତା ହେଲେ କୋଇଡାରେ କାହିଁକି ହବନି ! ଆଉ ତାପରେ ରବି ନିଜ ବାଲ୍ୟ ମିତ୍ର ଇମରାନଙ୍କୁ କହିଥିଲେ ଚାରା ସନ୍ଧାନ ପାଇଁ । ସାଙ୍ଗ ଇମରାନ କେନ୍ଦୁଝର ବଡ଼ବିଲରୁ ଗୋଟେ ଚାରା ଆଣିକି ଦେଇଥିଲେ । ରଲି ସେଇ ଚାରାକୁ ଜୈବିକ ପଦ୍ଧତିରେ ଖତସାର ଦେଇ ଏକ ପିଜୁଳି ଗଛ ମୁଳେ ଲଗାଇଥିଲେ । ଦେଢ ବର୍ଷ ପରେ ଆଜି ସେ ଚାରା ପିଜୁଳି ଗଛ ସାରା ମାଡ଼ି ଯାଇ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର । ଦେଖିବାକୁ ଯେତେ ମନୋହର ସେତେ ଆନନ୍ଦଦାୟକ ।
ଦୁଇ ବର୍ଷ ପୁର୍ବେ ନିଜ ବଡ଼ ଭାଇ ଗୌରୀଶଙ୍କର ପାତ୍ରଙ୍କ ସହିତ ଶରୀର ଅସ୍ତ୍ରୋପଚାର ନିମନ୍ତେ କଟକ ବଡ଼ ମେଡିକାଲକୁ ଯାଇଥିଲେ ରବି। ସେଠାରେ ପ୍ରଥମ ଥର ପାଇଁ କାନ୍ଥ କଡରେ ଦେଖିଥିଲେ ଅଙ୍ଗୁର ଫଳିଥିବା ଗଛ । ଆଉ ଦେଖି ବଡ଼ ଭାଇ ରବିଙ୍କୁ କହିଥିଲେ ଯଦି ଏତେ ଗରମ ଜଳବାୟୁ ପରିବେଶରେ ଅଙ୍ଗୁର ଫଳି ପାରୁଛି ତା ହେଲେ କୋଇଡାରେ କାହିଁକି ହବନି ! ଆଉ ତାପରେ ରବି ନିଜ ବାଲ୍ୟ ମିତ୍ର ଇମରାନଙ୍କୁ କହିଥିଲେ ଚାରା ସନ୍ଧାନ ପାଇଁ । ସାଙ୍ଗ ଇମରାନ କେନ୍ଦୁଝର ବଡ଼ବିଲରୁ ଗୋଟେ ଚାରା ଆଣିକି ଦେଇଥିଲେ । ରଲି ସେଇ ଚାରାକୁ ଜୈବିକ ପଦ୍ଧତିରେ ଖତସାର ଦେଇ ଏକ ପିଜୁଳି ଗଛ ମୁଳେ ଲଗାଇଥିଲେ । ଦେଢ ବର୍ଷ ପରେ ଆଜି ସେ ଚାରା ପିଜୁଳି ଗଛ ସାରା ମାଡ଼ି ଯାଇ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର । ଦେଖିବାକୁ ଯେତେ ମନୋହର ସେତେ ଆନନ୍ଦଦାୟକ । ଯିଏ ଯାଉଛି ସେ ଘଡିଏ ଅଟକି ଯାଉଛି, ପ୍ରଶଂସା କରୁଛି , ସେଲ୍ଫି ନେଉଛି ।
ଅଙ୍ଗୁର ବାଲିଯୁକ୍ତ ପଟୁ ମାଟିରେ ହେଲେ ପଥୁରିଆ ଭୁଇଁରେ ବି ମନ ସୁଦୃଢ କରି ଚେଷ୍ଟା କଲେ ସବୁ ଫସଲ ହୋଇପାରିବ ବୋଲି ରବି ପାତ୍ର ପ୍ରକାଶ କରିଛନ୍ତି । ଆଗକୁ ସରକାରୀ ସହାୟତା ମିଳିଲେ ବଡ଼ ଅଙ୍ଗୁର ବଗିଚା କରି ସ୍ୱାବାଲମ୍ବୀ ହେବାର ଆଶା ରଖିଛନ୍ତି ରବି । ଯାହା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଛି ।