ଜେରୁସେଲମ : ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଗାଜାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏକ ମିଳିତ ଅପରେସନରେ, ଆଇଡିଏଫ୍ ଏବଂ ଇସ୍ରାଏଲ ସୁରକ୍ଷା ସଂସ୍ଥା (ଆଇଏସ୍ଏ) ହମାସ ଆତଙ୍କବାଦୀ ସେଲ୍ର ମୁଖ୍ୟ ମହମ୍ମଦ ଇସାମ ହାସନ ଅଲ-ହାବିଲଙ୍କୁ ହତ୍ୟା କରିଛନ୍ତି। ଆଇଡିଏଫ୍ ପର୍ଯ୍ୟବେକ୍ଷକ କର୍ପୋରାଲ ନୋଆ ମାର୍ସିଆନୋଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଆତଙ୍କବାଦୀ ଥିଲେ ଅଲ-ହାବିଲ। ଫେବ୍ରୁଆରି ୪ ତାରିଖରେ, ଆଇଡିଏଫ୍ ଏବଂ ଶିନ୍ ବେଟ୍ ଗାଜା ସହରର ଶାତି ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଥିଲେ। ଏଥିରେ ହାସନଙ୍କ ମୃତ୍ୟୁ ଘଟିଥିଲା।
ହାସନ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସର ଘାତକ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆକ୍ରମଣ ସମୟରେ ସେ ନାହାଲ ଓଜ୍ ସାମରିକ ଚେକ୍ପୋଷ୍ଟରୁ ଆଇଡିଏଫ୍ ପର୍ଯ୍ୟବେକ୍ଷକ କର୍ପୋରାଲ ନୋଆ ମାର୍ସିଆନୋଙ୍କୁ ଅପହରଣ କରିଥିଲେ।
ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ, ନୋଆ ମାର୍ସିଆନୋଙ୍କୁ ଶିଫା ହସ୍ପିଟାଲରେ ବନ୍ଦୀ ରଖାଯାଇ ତାଙ୍କୁ ହତ୍ୟା କରାଯାଇଥିଲା। ନୋଆଙ୍କ ବାପା କହିଥିଲେ ଯେ, ଜଣେ ଡାକ୍ତର ତାଙ୍କ ଝିଅର ଶିରାରେ ପବନ ପ୍ରବେଶ କରାଇ ହତ୍ୟା କରିଥିଲେ।
ନ୍ୟାୟ ମିଳିଲା
ନୋଆ ମାର୍ସିଆନୋ ଜଣେ ୧୯ ବର୍ଷୀୟ ଆଇଡିଏଫ୍ ନିରୀକ୍ଷଣ ସୈନିକ ଥିଲେ। ହମାସ ଆକ୍ରମଣ ସମୟରେ ଅନେକ ମହିଳାଙ୍କୁ ବନ୍ଧକ କରାଯାଇଥିଲା, କିନ୍ତୁ ନୋଆ ଏକମାତ୍ର ଥିଲେ ଯିଏ ଜୀବିତ ଫେରି ନଥିଲେ। ହାସନଙ୍କ ମୃତ୍ୟୁକୁ ଏବେ ନୋଆଙ୍କ ପାଇଁ ନ୍ୟାୟ ଭାବରେ ଦେଖାଯାଉଛି। ଆଇଡିଏଫ୍ ଦୋହରାଛି, ଯେଉଁମାନେ ନିର୍ଦ୍ଦୋଷଙ୍କ ଉପରେ ଅତ୍ୟାଚାର କରିଛନ୍ତି ସେମାନଙ୍କୁ ଛଡାଯିବ ନାହିଁ।
ଅସ୍ତ୍ରବିରତି ଉଲ୍ଲଂଘନ ପରେ କାର୍ଯ୍ୟାନୁଷ୍ଠାନ
ଆଇଡିଏଫ୍ ଅନୁଯାୟୀ, ଜଣେ ଇସ୍ରାଏଲୀ ରିଜର୍ଭ ଅଧିକାରୀଙ୍କ ଉପରେ ଗୁଳି ଚଳାଇବା ପରେ ହାସନ ସୁରକ୍ଷା ଏଜେନ୍ସିଗୁଡ଼ିକର ନଜରରେ ରହିଥିଲେ। ଏଭଳି ଆକ୍ରମଣ ଅସ୍ତ୍ରବିରତିର ଉଲ୍ଲଂଘନ ଥିଲା। ଗାଜା ଡିଭିଜନରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/05/05bbs_6_05022026_112-2026-02-05-10-02-58.jpg)