ରାଉରକେଲା: ସହରର ବିକାଶ ପାଇଁ ଏବେ ‘ଗ୍ରେଟର୍ ରାଉରକେଲା’ ଅତ୍ୟାବଶ୍ୟକ ହେଲାଣି। ସହର ସଂଲଗ୍ନ ଅଞ୍ଚଳକୁ ମିଶାଇ ଏକ ବୃହତ୍ ରାଉରକେଲା ଗଠନ ଦାବି ଢ଼େର୍ ପୁରୁଣା। ତେବେ ସ୍ଥାନୀୟ ଜନ ପ୍ରତିନିଧି, ଜିଲ୍ଲା ପ୍ରଶାସନର ଚିରାଚରିତ ଅବହେଳା ଯୋଗୁଁ ଏହା ସମ୍ଭବ ହେଉନି। ସ୍ମାର୍ଟସିଟି ରାଉରକେଲାଠାରୁ ଅନତି ଦୂରରେ ଥିବା ତିନିଟି ପ୍ରମୁଖ ଅଞ୍ଚଳ, ଯଥା-ବିଶ୍ରା, କୁଆରମୁଣ୍ଡା ଓ ନୂଆଗାଁ ବ୍ଲକକୁ ଉତ୍ତମ ସଂଯୋଗୀକରଣ ନିତାନ୍ତ ଜରୁରୀ। ଏହି ତିନି ଅଞ୍ଚଳକୁ ସଂଯୋଗ ପାଇଁ ବର୍ଷବର୍ଷ ହେଲା ତିନିଟି ବ୍ରିଜ୍ ନିର୍ମାଣ ଚାଲିଛି, କିନ୍ତୁ ତାହା ଶେଷହେବାର ନାଁ ନେଉନି। ଏହି ତିନି ଅଞ୍ଚଳକୁ ଯୋଡ଼ି ଗ୍ରେଟର୍ ରାଉରକେଲା ସ୍ବପ୍ନର ମୂଳଦୁଆ ପକାଇବାକୁ ଦାବି ହେଉଛି।
ରାଉରକେଲା ସହ ବିଶ୍ରା ଓ ନୂଆଗାଁ ବ୍ଲକକୁ ଯୋଡ଼ିବାକୁ କୁକୁଡ଼ା ରେଳ ଫାଟକରେ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍ର ଭାଗ୍ୟ ଫିଟିପାରୁନି। ଅବଧି ସରିଲାଣି, କିନ୍ତୁ ନିର୍ମାଣକାର୍ଯ୍ୟ ସରୁନି। ଏହି ପ୍ରକଳ୍ପ ଦ୍ବାରା ବିଶ୍ରା ବ୍ଲକବାସୀ ତଥା ନୂଆଗାଁ ବ୍ଲକର ପାଖାପାଖି ୧୦ଟି ପଞ୍ଚାୟତର ଜନସାଧାରଣ ଉପକୃତ ହେବେ। ରାଉରକେଲାକୁ ଆସିବାକୁ ହେଲେ ସ୍ଥାନୀୟ ବାସିନ୍ଦା ଏହି ରାସ୍ତା ଦେଇ ଆସିଥାନ୍ତି। ତେବେ ଏହି ରାସ୍ତା ଦେଇଯାଇଥିବା ରାଉରକେଲା-ରାଞ୍ଚି, ହାୱଡ଼ା-ମୁମ୍ବାଇ ରେଳ ଲାଇନ୍ରେ ଦୈନିକ ଏକାଧିକ ଟ୍ରେନ ଚଳାଚଳ କରୁଥିବାରୁ ରେଳ ଫାଟକ ବହୁ ସମୟରେ ବନ୍ଦ ରହୁଛି, ଯଦ୍ବାରା ଗମନାଗମନରେ ବାଧା ସୃଷ୍ଟି ହେବା ସ୍ବାଭାବିକ୍। ୨୦୧୮ ମସିହାରେ ୪୫ କୋଟି ୪୫ ଲକ୍ଷ ଟଙ୍କାରେ ଏହି ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର୍ ଆହ୍ବାନ କରାଯାଇଥିଲା। ତେବେ ଟେଣ୍ଡର୍ ଆହ୍ବାନ ପ୍ରକ୍ରିୟାରେ ପାତରଅନ୍ତର ଅଭିଯୋଗ ଓ ପରବର୍ତ୍ତୀ ସମୟରେ ପ୍ରକଳ୍ପକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ ପ୍ରକଳ୍ପ ଆଗେଇ ପାରିନଥିଲା। ପାଖାପାଖି ୪ ବର୍ଷପରେ, ଅର୍ଥାତ୍ ୨୦୨୨ ମାର୍ଚ୍ଚ ୧୬ ତାରିଖରେ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ଷକ ଭିତରେ ନିର୍ମାଣକାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ଏଯାଏ ସମ୍ଭବ ହୋଇନି। ଏତଦ୍ବ୍ୟତୀତ ଶିଳ୍ପସହର କୁଆରମୁଣ୍ଡାକୁ ରାଉରକେଲା ସହ ସଂଯୋଗ କରିବାକୁ ପ୍ରଶାସନ ସଦିଚ୍ଛା ପ୍ରକାଶ କରୁନାହାନ୍ତି। ଦୁଇ ଶିଳ୍ପ ସହର ରାଉରକେଲା-କୁଆରମୁଣ୍ଡା ମଧ୍ୟରେ ଦୂରତା ପାଖାପାଖି ୨୦ କିଲୋମିଟର ହେବ। ଏହି ଦୂରତା ହ୍ରାସ କରିବାକୁ କୋଏଲନଦୀ ଉପରେ ପ୍ରଧାନପାଲି-ଯମୁନାନାକୀଠାରେ ବ୍ରିଜ୍ ନିର୍ମାଣ କରିବାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିରୁ ୨୦୧୯ ମେ’ ମାସରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ମୋଟ୍ ବ୍ୟୟ ଅଟକଳ ଥିଲା ୨୮ କୋଟି।

ତେବେ ବୈଷୟିକ ତ୍ରୁଟିଯୋଗୁଁ ଟେଣ୍ଡର୍ ବାତିଲ ହେବାରୁ ପୁନର୍ବାର ୨୦୨୧ ଟେଣ୍ଡର ଆହ୍ବାନ କରାଯିବାସହ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏଯାଏ ତାହା ସଂପୂର୍ଣ୍ଣ ହୋଇନି। ସେହିଭଳି ନୂଆଗାଁକୁ ସଂଯୋଗ କରିବାକୁ ଦେଓ ନଦୀ ଉପରେ ନିର୍ମାଣାଧୀନ ମିଟକୁନ୍ଦୁରୀ-ଲହଣ୍ଡା ବ୍ରିଜ୍ର ନିର୍ମାଣ ସରୁନି। ୨୦୧୮ ମସିହାରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେସୁଦ୍ଧା ଉପଯୁକ୍ତ କ୍ଷତିପୂରଣ ଦିଆନଯିବାରୁ ଏହାକୁ ବିରୋଧ କରାଯାଇଥିଲା। ଅବଶ୍ୟ, ଏହି ପ୍ରକଳ୍ପର ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ। ବ୍ରିଜ୍ ନିର୍ମାଣ ସରିସାରିଥିବାବେଳେ ଆପ୍ରୋଚ୍ ରୋଡ୍ ତିଆରି ଚାଲିଛି। ଯୁଦ୍ଧକାଳୀନ ଭିତ୍ତିରେ ଏହି ତିନି ପ୍ରକଳ୍ପର ନିର୍ମାଣ ସାରି ଗ୍ରେଟର୍ ରାଉରକେଲା ପାଇଁ ବାଟ ଫିଟାଇବାକୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
rourkela