ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ପୁଲିସକୁ ମିଳିଛି ଏକ ବଡ ସଫଳତା। ମୁଲୁଗୁ ଜିଲ୍ଲା ଅନ୍ତର୍ଗତ ତାଡବାଇ ମଣ୍ଡଳ ସ୍ଥିତ ବଙ୍ଘାଲ ସଂରକ୍ଷଣ ଜଂଗଲରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓବାଦୀ ମାଟି ତଳେ ଡମ୍ପ କରି ରଖିଥିବା ବନ୍ଧୁକ ସହ ଅନ୍ୟ ମାଓ ସାମଗ୍ରୀକୁ ଜବତ କରିଛି। ଗୋଟିଏ ଏସଏଲଆର ବନ୍ଧୁକ ସହ ବେଲଜିୟମ ଦେଶର ଏକ ଏସଏଲଆର, ସ୍ପ୍ରିଙ୍ଗଫିଲ୍ଡ ଗନ୍, ବିପୁଳ ମାତ୍ରାରେ ଗୁଳି, କ୍ୟାଟ୍ରିଜ, ଏସଏଲଆର ମେଗାଜିନ ଜବତ କରାଯାଇଛି।
ମୋଟରେ ୩ଟି ବନ୍ଧୁକ ସହ ୧୬୫ଟି ଗୁଳି ଜବତ କରିଛି ପୁଲିସ। ଏକ ବଡ ମାଓ ଆକ୍ରମଣକୁ ପୁଲିସ ପଣ୍ଡ କରିଥିବା କୁହାଯାଉଛି। ନକ୍ସଲ ଦମନରେ ଓଡିଶା ସମେତ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ର ପୁଲିସ ତରଫରୁ ଘନ ଘନ ଚାରିପଟୁ ଚଢାଉ କରାଯାଉଛି।ଯାହାର ଫଳସ୍ବରୂପ ନକ୍ସଲ ଏବେ ପ୍ରମାଦ ଗଣିଲେଣି। ନକ୍ସଲ ଜଂଗଲରେ ଲୁଚାଇ ରଖିଥିବା ସମସ୍ତ ଡମ୍ପକୁ ପୁଲିସ ଗୋଟି ଗୋଟି କରି ଉଦ୍ଧାର କରିବାରେ ସଫଳ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/11/08/dZ3yKSXQmb480y3kPNgp.jpg)