ଜୁନାଗଡ଼: ଜୁନାଗଡ଼ ଜାତୀୟ ରାଜପଥ- ୨୬ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ବାଇକ୍ ସହିତ ଯୁବକ ଜଣଙ୍କୁ ପୋଡ଼ି ମାରିଦେଇଥିବା ଅନୁମାନ କରାାଯାଉଛି। ଜୁନାଗଡ଼ ଭବାନୀପାଟଣା ବନମାଳୀପୁର ଜାତୀୟ ରାଜପଥ କଡ଼ରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଜାତୀୟ ରାଜପଥ- ୨୬ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ବାଇକ୍ ସହିତ ଯୁବକ ଜଣଙ୍କୁ ପୋଡ଼ି ମାରିଦେଇଥିବା ଅନୁମାନ କରାାଯାଉଛି। ଜୁନାଗଡ଼ ଭବାନୀପାଟଣା ବନମାଳୀପୁର ଜାତୀୟ ରାଜପଥ କଡ଼ରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ସନ୍ଦେହଜନକ ଭାବରେ ଜଣେ ଯୁବକଙ୍କ ଦଗ୍ଧ ମୃତଦେହ ଓ ବାଇକ୍ ପଡ଼ିରହିଥିଲା । ମୃତ ଯୁବକ ମୁହଁ ମାଡ଼ି ପଡ଼ିଥିବାବେଳେ ଟିଭିଏସ୍ ବାଇକ ମଧ୍ୟ ଷ୍ଟାଣ୍ଡ ମରାଯାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଦୁର୍ବୃତ୍ତମାନେ ବାଇକ ସହିତ ଯୁବକଙ୍କୁ ପୋଡ଼ି ମାରିଦେଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବାବେଳେ ସ୍ଥାନୀୟ ଲୋକ ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ । ଏନେଇ ଜୁନାଗଡ଼ ପୁଲିସ ଅଧିକ ଛାନଭିନ୍ କରିବା ସହ ପଚରାଉଚରା ଜାରି ରଖିଛି।
death
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/01/TA6nNcJfpD4TBDlMbthD.jpg)