ଦେଓଗାଁ: ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଓଭର ବ୍ରିଜ ଉପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବେକରେ ପ୍ଲାଷ୍ଟିକ ଦଉଡ଼ି ଲାଗି ଝୁଲିବା ଅବସ୍ଥାରେ ମୃତଦେହକୁ ଦେଖିଥିଲେ କିଛି ସ୍ଥାନୀୟ ଲୋକ। ଏହା ଆତ୍ମହତ୍ୟା ନା ହତ୍ୟା ତାହା ଅସ୍ପଷ୍ଟ ରହିଛି। ଏନେଇ ଟିଟିଲାଗଡ଼ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓଭର ବ୍ରିଜ ଉପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବେକରେ ପ୍ଲାଷ୍ଟିକ ଦଉଡ଼ି ଲାଗି ଝୁଲିବା ଅବସ୍ଥାରେ ମୃତଦେହକୁ ଦେଖିଥିଲେ କିଛି ସ୍ଥାନୀୟ ଲୋକ। ଏହା ଆତ୍ମହତ୍ୟା ନା ହତ୍ୟା ତାହା ଅସ୍ପଷ୍ଟ ରହିଛି। ଏନେଇ ଟିଟିଲାଗଡ଼ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଆଜାଦ ମେହେର ( ପପୁ) ବୋଲି ଜଣାପଡିଛି।
ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଆଜାଦ ମେହେର ( ପପୁ) ବୋଲି ଜଣାପଡିଛି। ପପୁ ସ୍ଥାନୀୟ ହାଟପଦାରେ ଠେଲାରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ଜଣାପଡିଛି।ଗତକାଲି ଓଭର ବ୍ରିଜତଳେ ହିଁ ସ୍ତ୍ରୀଙ୍କ ସହ ଆଜାଦଙ୍କର ଝଗଡ଼ା ହେବା ପରେ ଯୁବକଜଣକ ବିଳମ୍ବିତ ରାତି ଯାଏ ବୁଲୁଥିବା ଲୋକେ ଦେଖିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/06/itled-2025-09-06-11-18-15.png)