ନୂଆଦିଲ୍ଲୀ: ଭାରତରେ ଏଲୋନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ଏହାର ପ୍ରିମିୟମ୍ ସବସ୍କ୍ରିପସନର ମୂଲ୍ୟରେ ଏକ ବଡ଼ ହ୍ରାସ କରିଛି। ବର୍ତ୍ତମାନ ଏକ୍ସ ପ୍ରିମିୟମ୍ ର ମୂଲ୍ୟ ୪୭% ହ୍ରାସ ପାଇଛି। ଏହି ପରିବର୍ତ୍ତନ ସମସ୍ତ ତିନୋଟି ସବସ୍କ୍ରିପସନ ଯୋଜନା ବେସିକ୍, ପ୍ରିମିୟମ୍ ଏବଂ ପ୍ରିମିୟମ୍+ ପାଇଁ ପ୍ରଯୁଜ୍ୟ। ଏହା ବିଶ୍ୱାସ କରାଯାଏ ଯେ ଏହି ପଦକ୍ଷେପ ଭାରତ ଭଳି ଏକ ବଡ଼ ଇଣ୍ଟରନେଟ୍ ବଜାରରେ ଏକ୍ସର ବ୍ୟବହାରକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବ।
ଫେବୃଆରୀ ୨୦୨୩ ରେ ଭାରତରେ ଟ୍ୱିଟର ବ୍ଲୁ ଲଞ୍ଚ ହେବା ପରେ ପ୍ରଥମ ବଡ଼ ମୂଲ୍ୟ ପରିବର୍ତ୍ତନ ଦେଖାଯାଇଛି। ବିଶେଷ କଥା ହେଉଛି ଯେ ପ୍ରିମିୟମ୍+ ପ୍ଲାନର ମୂଲ୍ୟ ଗତ ବର୍ଷ ଦୁଇଥର ବୃଦ୍ଧି ପାଇଥିଲା, କିନ୍ତୁ ଏବେ ପ୍ରଥମ ଥର ପାଇଁ ସମସ୍ତ ସ୍ତରର ମୂଲ୍ୟ ହ୍ରାସ କରାଯାଇଛି।
ବେସିକ ପ୍ଲାନ ପାଇଁ ଏଣିକି ମାସିକ ୧୭୦ ଟଙ୍କା କିମ୍ବା ବର୍ଷକୁ ୧୭୦୦ ଟଙ୍କା ଦେବାକୁ ପଡିବ | ପୂର୍ବରୁ ଏହା ମାସିକ ୨୪୪ ଟଙ୍କା ଥିଲା | ପ୍ରିମିୟମ ପ୍ଲାନ ପାଇଁ ମାସିକ ୪୨୭ ଟଙ୍କା ଓ ବାର୍ଷିକ ୪୨୭୨ ଟଙ୍କା ଦେବାକୁ ପଡିବ | ପୂର୍ବରୁ ଏହା ମାସିକ ୬୫୦ ଟଙ୍କା ଓ ବର୍ଷକୁ ୬୮୦୦ ଟଙ୍କା ଥିଲା | ପ୍ରିମିୟମ୍+ ପାଇଁ ମାସକୁ ୨୫୭୦ ଟଙ୍କା କିମ୍ବା ବର୍ଷକୁ ୨୬୪୦୦ ଟଙ୍କା ଦେବାକୁ ପଡିବ | ପୂର୍ବରୁ ଏହା ମାସିକ ୩୪୭୦ ଟଙ୍କା ଓ ବର୍ଷକୁ ୩୪୩୪୦ ଟଙ୍କା ଥିଲା |
ଉଲ୍ଲେଖ ଥାଉ କି ବେସିକ ପ୍ଲାନରେ ପୋଷ୍ଟ ଏଡିଟ କରିବାର ବିକଳ୍ପ, ଲମ୍ବା ଭିଡିଓ ଅପଲୋଡ୍, ଉତ୍ତର ଏବଂ ପୋଷ୍ଟ ଫର୍ମାଟିଂରେ ପ୍ରାଥମିକତା ଭଳି ସୀମିତ ବୈଶିଷ୍ଟ୍ୟ ରହିଛି | ପ୍ରିମିୟମରେ ଆନାଲିଟିକ୍ସ, କମ୍ ବିଜ୍ଞାପନ, ବ୍ଲୁ ଟିକ୍ ଭଳି ସୁବିଧା ଦିଆଯାଏ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/12/gettyimages-1585619138-d4fa957c29704ff0a89615917433ad99-2025-07-12-17-53-50.jpg)