ସିଲି ପଏଣ୍ଟ: ବିଦ୍ୟୁତ୍‌ କାଟ ସମୟରେ ଥଟ୍ଟାମଜା କଲେ ଭଜି ଓ ଯୁବି

ଯୁବି ପଚାରିଲେ କ’ଣ କରିବା, ହରଭଜନ କହିଲେ- ବିଲ ପଇଠ କର

ମୁମ୍ବାଇ: ଚଳିତ ମାସ ୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ଲାଟରେ ରହୁଥିବା ସମମୟରେ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ତାଙ୍କ ପଡ଼ୋଶୀ ତଥା କ୍ରିକେଟର ହରଭଜନ ସିଂ ଖୁବ୍‌ ଥଟ୍ଟା ମଜା କରିଛନ୍ତି। ଉଭୟେ ପଞ୍ଜାବୀ ବାସିନ୍ଦା ଭାବରେ ଫ୍ଲାଟରେ ରହୁଥିବାବେଳେ ରାତିରେ ଘଣ୍ଟାଏ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

ଏହି ସମୟରେ ବିରକ୍ତ ପ୍ରକାଶ କରି ଯୁବରାଜ ସିଂହ ଭଜିଙ୍କ ପାଖକୁ ଏକ ଟୁଇଟ୍‌ କରିଥିଲେ। ସେ ଲେଖିଥିଲେ, ‘କଣ କରିବା ଭାଇ, ଲାଇନ୍‌ ଚାଲି ଯାଇଛି। କେମିତି ଏହାକୁ ଫେରିପାଇବା କିଛି ବ୍ୟବସ୍ଥା କର’।

ଏହାର କୌତୁକିଆ ଉତ୍ତର ଦେଇ ଭଜି ଲେଖିଥିଲେ,‘ବାଦଶାହ, ଦୟାକରି ଇଲେକ୍ଟ୍ରି ବିଲ୍‌ ଠିକ୍‌ ସମୟରେ ପଇଠ କର।’

ସୂଚନାଯୋଗ୍ୟ, ଭଜି ଚେନ୍ନାଇ ସୁପରକିଙ୍ଗ ତରଫର ଆଇପିଏଲ୍‌ ୨୦୧୮ରେ ଭେଟେରାନ୍‌ ସ୍ପିନର୍‌ ଭାବରେ ୧୩ଟି ମ୍ୟାଚ୍‌ ଖେଳି ୭ ଉଇକେଟ ନେଇଥିଲେ। ଠିକ୍‌ ଯୁବରାଜ ସିଂହ ମଧ୍ୟ ଭେଟେରାନ୍‌ ବ୍ୟାଟ୍ସମ୍ୟାନ୍‌ ଭାବରେ ପଞ୍ଜାବ ଏକାଦଶ ତରଫରୁ ୮ଟି ମ୍ୟାଚ ଖେଳି ୬୫ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର