ନୂଆଦିଲ୍ଳୀ: ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଗୁଜୁରାଟ ହାଇକୋର୍ଟ ଅନୁମତି ପ୍ରଦାନ କରିନାହାନ୍ତି। ୨୦୧୫ ମସିହାରେ ରାଜ୍ୟରେ ହୋଇଥିବା ଏକ ଦଙ୍ଗାରେ ତାଙ୍କ ଉପରେ ଲାଗିଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବା ପାଇଁ କୋର୍ଟ ଶୁକ୍ରବାର ମନା କରି ଦେଇଛନ୍ତି। ଏବେ ବି ସେ ଉକ୍ତ ମାମଲାରେ ଦଣ୍ଡ ଭୋଗୁଥିବା ହେତୁ ସେ ବର୍ତ୍ତମାନ ପରିସ୍ଥିତିରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

Advertisment

୨୦୧୫ ମସିହାରେ ଗୁଜୁରାଟର ବିଷନଗର ସହରରେ ହୋଇଥିବା ଦଙ୍ଗାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେଇ ଗତ ବର୍ଷ ଜୁଲାଇ ମାସରେ ମେହେସାନା ଜିଲ୍ଲାରେ ଥିବା ବିଷନଗର କୋର୍ଟ ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।

publive-image The Indian Express

ଯଦିଓ ଗୁଜଚରାଟ ହାଇକୋର୍ଟ ସେହି ବର୍ଷ ଅଗଷ୍ଟରେ ତାଙ୍କୁ ଜାମିନ ପ୍ରଦାନ କରି ତାଙ୍କର ୨ ବର୍ଷର ଜେଲ୍‌ ଦଣ୍ଡାଦେଶକୁ ଖାରଜ କରି ଦେଇଥିଲେ ତଥାପି ଅଦାଲତରେ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗି ନଥିବା ହେତୁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତାଙ୍କ ସଂପ୍ରଦାୟ ଲୋକଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦାବିରେ ଗୁଜୁରାଟରେ ବିକ୍ଷୋଭ ପ୍ରଦର୍ଶନ କରି ପଟେଲ ସେ ସମୟରେ ଖୁବ୍‌ ଚର୍ଚ୍ଚା ପାଲଟିଥିଲେ।