ମୋଦିଙ୍କ ଚୌକିଦାର ପ୍ରଚାରକୁ ଥଟ୍ଟା କରି ଟୁଇଟ୍‌ରେ ନିଜ ନାମ ପୂର୍ବରୁ ବେରୋଜଗାର ଲେଖିଲେ ହାର୍ଦ୍ଦିକ ପଟେଲ

ଅହମ୍ମଦାବାଦ୍‌: କଂଗ୍ରେସରେ ନୂଆ କରି ଯୋଗ ଦେଇଥିବା ହାର୍ଦ୍ଦିକ ପଟେଲ ସୋମବାର ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ର ନାମ ପରିବର୍ତ୍ତନ କରି ‘ବେରୋଜଗାର ହାର୍ଦ୍ଦିକ ପଟେଲ’ କରି ଦେଇଛନ୍ତି। ସେ ବିଜେପିର ‘ମେ ଭି ଚୌକିଦାର’ ପ୍ରଚାରକୁ ଥଟ୍ଟା କରି ଏପରି ଲେଖିଛନ୍ତି। ନିକଟରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ଉପସ୍ଥିିତରେ ଦଳରେ ଯୋଗ ଦେଇଥିବା ହାର୍ଦ୍ଦିକ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଏପରି ଲେଖି ଏବେ ଚର୍ଚ୍ଚା ପାଲଟିଛନ୍ତି।

ପୂର୍ବରୁ ରାଫେଲ୍‌ ଦୁର୍ନୀତି ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚୌକିଦାର୍‌ ଚୋର୍‌ ହୈ’ କହି ଥଟା କରିଥିଲେ। ମୋଦି ଅତ୍ୟନ୍ତ ଚତୁରତାର ସହ ସେହି ଚୌକିଦାର ଶବ୍ଦ ବ୍ୟବହାର କରି ନିକଟରେ ଏକ ନିର୍ବାଚନ ଭିଡିଓ ପ୍ରସ୍ତୁତ କରିଛନ୍ତି।

India Today

ଖାଲି ସେତିକି ନୁହେଁ ମୋଦି ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ର ନାମ ‘ଚୌକିଦାର ନରେନ୍ଦ୍ର ମୋଦି’ ବୋଲି କରି ଦେଇଛନ୍ତି। ମୋଦିଙ୍କ ପରେ ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଆହୁରି ଅନେକ ରାଜନେତା ଓ ନେତ୍ରର ତାଙ୍କ ନାମ ପୂର୍ବରୁ ଚୌକିଦାର ଲଗାଇ ଟୁଇଟର୍‌ରେ ନାମ ବଦଳାଇ ଦେଇଛନ୍ତି।’

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଶାସନ କ୍ଷମତାକୁ ଆସିବା ପରେ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି ବୋଲି କଂଗ୍ରେସ ଅନେକ ଥର ଅଭିଯୋଗ ଆଣିଛି। ମୋଦିଙ୍କୁ ପରିହାସ କରି ହାର୍ଦ୍ଦିକ ତାଙ୍କ ନାମ ପୂର୍ବରୁ ବେରୋଜଗାର ଶବ୍ଦ ଲଗାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର