କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅଞ୍ଚଳରୁ ବହୁ ପରିମାଣର ହାତୀଦାନ୍ତ ଜବତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅଞ୍ଚଳରୁ ବହୁ ପରିମାଣର ହାତୀଦାନ୍ତ ଜବତ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ହରିଚନ୍ଦନପୁର ଥାନା ଅଞ୍ଚଳରେ ଥିବା ବାୟାପିଟା ଗାଁ ନିକଟରୁ ଏକ କାର୍ ଭିତରୁ ୧୯ କେଜି ୬ ଶହ ଗ୍ରାମର ହାତୀଦାନ୍ତ ଜବତ ହୋଇଛି।

ଏହି ହାତୀଦାନ୍ତକୁ ଗୋଟିଏ କାରରୁ ଜବତ କରିଛି ଆନନ୍ଦପୁର ବନ ବିଭାଗ। ହରିଚନ୍ଦନପୁର ପିଟାପିଟି ଅଞ୍ଚଳରୁ କାର ଭିତରେ ଯାଞ୍ଚ ବେଳେ ଏହି ହାତୀ ଦାନ୍ତ ଜବତ ହୋଇଥିଲା । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ହାତୀଦାନ୍ତ କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା, ଏନେଇ ତଦନ୍ତ କରୁଛି ବନବିଭାଗ ।

ସମ୍ବନ୍ଧିତ ଖବର