ରାଉରକେଲା: ସୁର୍ମା ହକି କ୍ଲବ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ସୋମବାର ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍ର ୧୩ତମ ମ୍ୟାଚ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହୋଇଛି। ତୃତୀୟ କ୍ବାର୍ଟର୍ ଶେଷ ସୁଦ୍ଧା ୦-୨ ଗୋଲ୍ରେ ପଛୁଆ ଥିବା ସୁର୍ମା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍କୁ ୨-୨ ଗୋଲ୍ରେ ଅମୀମାଂସିତ ରଖିଥିଲା। ପରେ ସୁଟ୍ଆଉଟ୍ରେ ୩-୧ ଗୋଲ୍ରେ ବିଜୟୀ ହୋଇ ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଛି। ହର୍ମନପ୍ରୀତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ସୁର୍ମା ହକି କ୍ଲବର ଅଧିନାୟକ ହର୍ମନପ୍ରୀତ ସିଂହଙ୍କ ଆଜି ଥିଲା ଜନ୍ମଦିନ। ନିଜ ଜନ୍ମଦିନରେ କିନ୍ତୁ ହର୍ମନପ୍ରୀତ ପ୍ରଶଂସକଙ୍କୁ ନିରାଶ କରିନାହାନ୍ତି। ଏକାକି ୨ଟି ଗୋଲ୍ ଦେଇ ମ୍ୟାଚ୍କୁ ସୁଟ୍ଆଉଟ୍କୁ ନେଇଯାଇଥିଲେ। ମ୍ୟାଚ୍ର ପ୍ରଥମ ଦୁଇ କ୍ବାର୍ଟର୍ରେ ଉଭୟ ଦଳର ଘନଘନ ଆକ୍ରମଣ ଦେଖିବାକୁ ମିଳିଥିଲେ ମଧ୍ୟ ଗୋଲ୍ଶୂନ୍ୟ ରହିଥିଲା।
ତେବେ ତୃତୀୟ କ୍ବାର୍ଟର୍ରେ ଦିଲ୍ଲୀ ପାଇପର୍ସ୍ର ତୋମାସ ଡୋମିନି(୪୩) ଓ ମଞ୍ଜିତ(୪୫) ଦୁଇଟି ଗୋଲ୍ ଦେଇ ସ୍କୋର୍କୁ ୨-୦ ଗୋଲ୍ରେ ଆଗୁଆ କରିଥିଲେ। ତେବେ ଚତୁର୍ଥ କ୍ବାର୍ଟରରେ ସୁର୍ମା ଗୋଲ୍ ସୁଝାଇଦେଇଥିଲା। ଦଳକୁ ମିଳିଥିବା ଦୁଇଟି ପେନାଲ୍ଟି କର୍ଣ୍ଣର୍କୁ ଅଧିନାୟକ ହର୍ମନପ୍ରୀତ ଗୋଲ୍(୪୮ ଓ ୫୭)ରେ ପରିଣତକରି ମ୍ୟାଚ୍କୁ ୨-୨ ଗୋଲ୍ରେ ଅମୀମାଂସିତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/01/06/ZvGrrsLqX3gE5uBbs8oH.jpg)